ଅନୁଗୁଳ: ଅନୁଗୁଳର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ନିରଞ୍ଜନ ସାହୁ ରବିବାର ଅନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ସେ ଏଡିଇଓ ତଥା ଭାରପ୍ରାପ୍ତ ଡିଇଓ ଅଜୟ କୁମାର ପାତ୍ରଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜିଠାରୁ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଶ୍ରୀ ସାହୁ ଯୋଗ ଦେବା ପରେ ବିଦ୍ୟାଳୟ ଖୋଲିବା, ବୋର୍ଡ ପରୀକ୍ଷା କେନ୍ଦ୍ର, ମୋ ସ୍କୁଲ ଅଭିଯାନ ଓ ଅନଲାଇନ୍ ଶିକ୍ଷା ସମ୍ପର୍କରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅନୁଗୁଳରେ କାର୍ଯ୍ୟ କରିବାର ଅଭିଜ୍ଞତା ଶ୍ରୀ ସାହୁଙ୍କ ପାଖରେ ରହିଛି। ଏହାପୂର୍ବରୁ ସେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବେଳେ ସେଠାରୁ ତାଙ୍କର ଅନୁଗୁଳକୁ ବଦଳି ହୋଇଛି। ଶ୍ରୀ ସାହୁଙ୍କ ଯୋଗଦାନ ପରେ ରାଜ୍ୟ ଓଷ୍ଟା ଉପସଭାପତି ସରୋଜ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଶିକ୍ଷକ ପ୍ରତିନିଧି ଲଳିତ ବେହେରା, ଦୀପକ କୁମାର ସାହୁ, ଦିଲ୍ଲୀପ ପ୍ରଧାନ, ବିଶ୍ୱମୋହନ ସାହୁ ପ୍ରମୁଖ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବ୍ଲକ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ପଟ୍ଟନାୟକ, ଜିଲ୍ଲା ସେ ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମଣ କୁମାର ବେହେରା, ଡିପିସି କାର୍ଯ୍ୟାଳୟର ଅଧିକାରୀ ଓ ଡିଇଓ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।
ଅନୁଗୁଳ ନୂତନ ଡିଇଓଙ୍କ ଯୋଗଦାନ
- Post published:July 26, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ଗୁଣ୍ଡୁରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ: କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ
ହନ୍ତସନ୍ତ କରୁଛି ରେଳ ଫାଟକ, ବନ୍ତୋଲ ପଞ୍ଚାୟତ ପକ୍ଷରୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ସମାଧାନ ପାଇଁ ଦାବିପତ୍ର ପ୍ରଦାନ





