ପୁରୀ ରଥଯାତ୍ରାରେ ସେବା ଯୋଗାଇଲା ଜେଏସପି ଫାଉଣ୍ଡେସନ: ୧୪ ଲକ୍ଷରୁ ଅଧିକ ଭକ୍ତ ହେଲେ ଉପକୃତ

0

ପୁରୀ: ପୁରୀ ରଥଯାତ୍ରାରେ ୧୪ ଲକ୍ଷରୁ ଅଧିକ ଭକ୍ତଙ୍କୁ ସେବା ଯୋଗାଇଛି ଜେଏସପି ଫାଉଣ୍ଡେସନ। ଚଳିତବର୍ଷ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜ କଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ମିଶନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଅଧୀନରେ ଗତ ୧୨ ଦିନ ଭିତରେ ୧୪.୨୬ ଲକ୍ଷ ଭକ୍ତଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ଚେୟାରପର୍ସନ୍ ଶାଲୁ ଜିନ୍ଦଲଙ୍କ ମାର୍ଗଦର୍ଶନରେ ଫାଉଣ୍ଡେସନ ପକ୍ଷରୁ ଭକ୍ତଙ୍କୁ ଥଣ୍ଡା ପାନୀୟ ଜଳ ଏବଂ ଗ୍ଲୁକୋଜ ପ୍ୟାକେଟ୍ ମଧ୍ୟ ଯୋଗାଇ ଦିଆଯାଇଥିଲା। ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ ଜିନ୍ଦଲଙ୍କ ନେତୃତ୍ବରେ ଉକ୍ତ ସେବା ନେତ୍ରୋତ୍ସବ ଦିନରୁ ଆରମ୍ଭ ହୋଇ ସୁନାବେଶରେ ଶେଷ ହୋଇଥିଲା।

ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ରୋଷେଇ ଘର ସହିତ ଏକ ସ୍ୱତନ୍ତ୍ର ଷ୍ଟଲ୍ ରେ, ୧୦୦ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଏହି ସେବା ଯୋଗାଇ ଦିଆଯାଇଥିଲା। ରଥ ଯାତ୍ରା ଦିନ ଫାଉଣ୍ଡେସନ୍ ଭକ୍ତଙ୍କ ମଧ୍ୟରେ ୧୦,୦୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ କରିଥିଲା। ରଥଯାତ୍ରା ସେବା ରେ ନିୟୋଜିତ ଥିବା ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସାହାଯ୍ୟ କରିବା ପାଇଁ ଫାଉଣ୍ଡେସନ ଜିଲ୍ଲା ପ୍ରଶାସନକୁ ୫୦୦ ରେନକୋଟ୍ ଯୋଗାଇ ଦେଇଥିଲା। ଏହା ବ୍ୟତୀତ, ଭକ୍ତମାନଙ୍କ ମଧ୍ୟରେ ପାନୀୟ ଜଳ ବଣ୍ଟନ ପାଇଁ ପ୍ରତ୍ୟେକ ୬୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଇଟି ଥଣ୍ଡା ପାନୀୟ ଜଳ ଭ୍ୟାନ ନିୟୋଜିତ କରାଯାଇଥିଲା। ଏହି ଉତ୍ସବରେ ଭକ୍ତଙ୍କ ବ୍ୟବହାର ପାଇଁ ଜିଲ୍ଲା ପ୍ରଶାସନକୁ ଫାଉଣ୍ଡେସନ୍ ପକ୍ଷରୁ ୭୦ଟି ବାୟୋ-ଟଏଲେଟ୍ ମଧ୍ୟ ପ୍ରଦାନ କରାଯାଇଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!