ଅନୁଗୁଳ: ଅନୁଗୁଳରେ ବଜାର ପ୍ରବେଶ କଲା ବଜାଜ ପଲସର NS 400Z। ଏହି ପଲସର NS 400Z ର ମୁଖ୍ୟ ବୈଶିଷ୍ଟ ଗୁଡ଼ିକ ହେଲା ମସକୁଳାର ଷ୍ଟ୍ରିଟ ଫାଇଟର ଡିଜାଇନ ସହ 40 PS ଶକ୍ତି କାର୍ଯ୍ୟଦକ୍ଷତା ରହିଛି। ଏହା ସହ ଚାରୋଟି ରୋମାଞ୍ଚକର ରାଇଡ୍ ମୋଡ୍ (ଟ୍ରାକ୍ସନ୍ କଣ୍ଟ୍ରୋଲ ସହିତ ରୋଡ୍, ବର୍ଷା, କ୍ରୀଡା, ଅଫ୍ ରୋଡ୍) ରହିଛି।
ଏହି ପଲସରରେ ଟର୍ଣ୍ଣ ବାଇ ଟର୍ଣ୍ଣ ନେଭିଗେସନ, କଲ ଏବଂ ମେସେଜ ଆଲର୍ଟ, ମ୍ୟୁଜିକ କଣ୍ଟ୍ରୋଲ, ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ ଭଳି ସୁବିଧା ରହିଛି। ଏହି ପଲସର NS 400Z ର ମୂଲ୍ୟ ମାତ୍ର ୧୮୫, ୦୦୦ / – (ଏକ୍ସ ଶୋ’ରୁମ୍, ଅନୁଗୁଳ ) ରହିଛି। ଏହା ଚାରୋଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ଥିବା ବେଳେ ଯମୁନା ଅଟୋରେ ଏହାର ବଜାର ପ୍ରବେଶ ବେଳେ ଅନୁଗୁଳ ଅଂଶୀଦାର ସନ୍ତୋଷ କୁମାର ଅଗ୍ରୱାଲ, ଗିରିଜା ଶଙ୍କର ଅଗ୍ରୱାଲ, ନିଖିଲ ଅଗ୍ରୱାଲ, ଗ୍ରାହକ, ଶୋ’ରୁମ୍ କର୍ମଚାରୀ ଉପସ୍ଥିତ ଥିଲେ।











