ଜେଏସପିଏଲ ଆମିଟି ଇଣ୍ଟର୍ ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

You are currently viewing ଜେଏସପିଏଲ ଆମିଟି ଇଣ୍ଟର୍ ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସପିଏଲ)ର ଜିନ୍ଦଲ ନଗର ଖେଳପଡ଼ିଆରେ ଇଣ୍ଟର୍ ଇଣ୍ଡଷ୍ଟ୍ରିଟି-୨୦ କ୍ରିକେଟ ଟୁର୍ନାମେଣ୍ଟ-୨୦୨୧ ଆମିଟି କପ ଗୁରୁବାର ଉଦଘାଟିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିଜିଓନାଲ ଅଫିସର ଡଃ ଅନୁପ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ଏଥିରେ ଜେଏସପିଏଲ ଅନୁଗୁଳ ପ୍ଳାଣ୍ଟର ମୁଖ୍ୟ ହୃଦୟେଶ୍ଵର ଝା, ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ, ସବ୍ୟସାଚୀ ବନ୍ଦୋପାଧ୍ୟାୟ ଏବଂ ଟାଟା ଷ୍ଟିଲ ପରିବେଶ ବିଭାଗ ମୁଖ୍ୟ ସରୋଜ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରୁଥିବା ସମସ୍ତ ୬ ଗୋଟି ଦଳକୁ ୨ଟି ଗୃପରେ ବିଭକ୍ତ କରାଯାଇଛି। ଗୃପ ‘ଏ’ ଦଳର ବିଜେତା, ଗୃପ ‘ବି’ ଦଳର ବିଜେତାକୁ ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍ଚରେ ନଭେମ୍ବର ୨୧ ତାରିଖରେ ଅନଚଷ୍ଠିତ ହେବ। ପ୍ରଥମ ଦିବସର ଉଦଘାଟନୀ ମ୍ୟାଚ୍ଚଟି ଜେଏସପିଏଲ ସହ ଏମଜିଏମ ଷ୍ଟିଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ଜିତି ଏମଜିଏମ ଷ୍ଟିଲ ପ୍ରଥମେ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୧୮.୪ ଓଭରରେ ୯୩ ରନ ସଂଗ୍ରହ କରିଥିଲା। ଜେଏସପିଏଲ ଦଳ ମାତ୍ର ୯ ଓଭରରେ ୨ ଉଇକେଟ ହରାଇ ୯୬ ରନ ସଂଗ୍ରହକରି ମ୍ୟାଚ୍ଚର ବିଜେତା ହୋଇଛି। ସେହି ଭଳି ୨ୟ ମ୍ରାଚ୍ଚଟି ଜେଆଇଟିପିଏଲ ସହ ଜିଏମଆର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜେଆଇଟିପିଏଲ ଦଳ ଟସ ଜିଣି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ବିନିମୟରେ ୧୮୦ ରନ ସଂଗ୍ରହ କରିଥିଲା। ଜିଏମଆର ଦଳ ମାତ୍ର ୧୩.୨ ଓଭରରେ ୧୧୭ ରନ କରି ଅଲ ଆଉଟ ହୋଇଯାଇଥିଲା। ସୂଚନା ଯେ, ଏହି ଟୁର୍ନାମେଣ୍ଟରେ ଜେଏସପିଏଲ, ଟାଟା ଷ୍ଟିଲ, ଜେଆଇଟିପିଏଲ, ଜିଏମଆର, ଏମଜିଏମ ଷ୍ଟିଲ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦଳ ଅଂଶ ଗ୍ରହଣ କରିଛନ୍ତି।

Share

Leave a Reply