କଳାହାଣ୍ଡି କପ୍ କ୍ରିକେଟ୍: ଅନୁଗୁଳ ଦଳ ଘୋଷଣା

You are currently viewing କଳାହାଣ୍ଡି କପ୍ କ୍ରିକେଟ୍: ଅନୁଗୁଳ ଦଳ ଘୋଷଣା

ଅନୁଗୁଳ: କଳାହାଣ୍ଡି କପ୍ ପାଇଁ ଅନୁଗୁଳ ଦଳ ଘୋଷଣା କରାଯାଇଛି। ୧୫ ଜଣିଆ ଅନୁଗୁଳ ଦଳର ଅଧିନାୟକ ଭାବେ ଶୁଭ୍ରଜ୍ୟୋତି ମିଶ୍ରଙ୍କୁ ଚୟନ କରାଯାଇଛି। ଦଳରେ ଅନ୍ୟମାନଙ୍କ ମଧ୍ୟରେ ନିର୍ନିମେଶ ଜେନା, ସୋହମରାଜ ମହାପାତ୍ର, ମିଲନ ସାମଲ, ରାକେଶ ବିଶ୍ଵାଳ, ଚନ୍ଦନ ସାହୁ, ଦୀପକ ତିୱାରୀ, ରାକେଶ ଗୋଛାୟତ (ୱିକେଟ କିପର), କ୍ରାନ୍ତିରଞ୍ଜନ ଅମାନ୍ତ, ସତ୍ୟବ୍ରତ ସିଂହ, ସନ୍ଦିପ ସିଂହ, ବିକାଶ ସାହୁ, ଆଶୁତୋଷ ମହାରଣା, ହରପ୍ରୀତ ସିଂହ ଓ ଚିନ୍ମୟ ନସ୍କର ସ୍ଥାନ ପାଇଛନ୍ତି।

ମିଲନ୍‌ ସାହୁ କୋଚ୍ ନିଯୁକ୍ତ ହୋଇଥିବା ବେଳେ ସଞ୍ଜୀବ ପାତ୍ର ଶାରୀରିକ ପ୍ରଶିକ୍ଷକ ସହିତ ଦଳର ପରିଚାଳକ ଦାୟିତ୍ଵ ତୁଲାଇବେ। ଦଳରେ ବହୁ ଅଭିଜ୍ଞ ଖେଳାଳି ରହିଥିବାରୁ ଦଳ ସୁପର୍‌-୬ରେ ପହଞ୍ଚିବା ନେଇ କୋଚ୍ ଓ ପରିଚାଳକ ଆଶାବ୍ୟକ୍ତ କରିଛନ୍ତି। ଅନୁଗୁଳ ଦଳ ତା’ର ଅଭିଯାନ ୧୮ ତାରିଖରୁ ଆରମ୍ଭ କରିବ। ଦଳ ପ୍ରଥମ ମ୍ୟାଚ୍ ୧୮ ତାରିଖରେ ବରଗଡ଼, ୧୯ ତାରିଖରେ ବୌଦ୍ଧ, ୨୦ରେ ଭଦ୍ରକ, ୨୨ରେ କିଟ୍ ଓ ୨୩ରେ ଗଞ୍ଜାମ ବିପକ୍ଷରେ ଖେଳିବ ବୋଲି ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply