ଦାୟିତ୍ଵ ଗ୍ରହଣ କଲେ କାଳନ୍ଦୀ

You are currently viewing ଦାୟିତ୍ଵ ଗ୍ରହଣ କଲେ କାଳନ୍ଦୀ

ଅନୁଗୁଳ: କେନ୍ଦ୍ର ସରକାରଙ୍କ କ୍ଷୁଦ୍ରଶିଳ୍ପ ନିଗମର ସ୍ବାଧୀନ ନିର୍ଦ୍ଦେଶକ ରୂପେ ଦାୟିତ୍ବ ଗ୍ରହଣ କରଛନ୍ତି ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ। ନୂଆଦିଲ୍ଲୀ ଏନ୍‌ଏସ୍‌ଆଇସି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସାମଲ ଦାୟିତ୍ବ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଏନ୍ଏସ୍‌ଆଇସିର ପରିଚାଳନା ନିର୍ଦ୍ଦେଶିକା ଅଳକା ନାଗରିଆ ଆରୋରା, ଅନ୍ୟତମ ନିର୍ଦ୍ଦେଶକ ପି. ଉଦୟ କୁମାର, ଗୌରାଙ୍ଗ ଦୀକ୍ଷିତ ପ୍ରମୁଖଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଶ୍ରୀ ସାମଲ ଛାତ୍ରାବସ୍ଥାରୁ ଏବିଭିପିର ସଦସ୍ୟ ଥିଲେ। ଏବିଭିପିର ରାଜ୍ୟ ସହସମ୍ପାଦକ, ଭଦ୍ରକ ଜିଲ୍ଲା ପ୍ରଭାରୀ, ରାଜ୍ୟ ବିଜେପି ସମ୍ପାଦକ, ଯୁବମୋର୍ଚ୍ଚା ପ୍ରଭାରୀ, କୃଷକମୋର୍ଚ୍ଚା ପ୍ରଭାରୀ ଦାୟିତ୍ବ ନିର୍ବାହ କରିଥିବା ଶ୍ରୀ ସାମଲ ଜଣେ ସୁସଂଗଠକ ଭାବେ ଜଣାଶୁଣା। ତାଙ୍କର ଏହି ନିଯୁକ୍ତି ଓଡ଼ିଶାର ଯୁବବର୍ଗ ପାଇଁ ନୂତନ ସୁଯୋଗ ସୃଷ୍ଟିକରିବ ବୋଲି ଶ୍ରୀ ସାମଲ କହିଛନ୍ତି।

Share

Leave a Reply