ଭୁବନେଶ୍ୱର: କଲବଲ କରୁଛି ଖରା। ରାଜ୍ୟରେ ଏବେ ବି ଜାରି ରହିଛି ଗ୍ରୀଷ୍ମପ୍ରବାହ। ସିଝୁଛି ଓଡିଶା। ଆଜି ରାଜ୍ୟରେ ୧୨ଟି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବଲାଙ୍ଗୀରରେ ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ସୋନପୁରରେ ବି ୪୩ ଡିଗ୍ରୀ ରହିଛି ତାପମାତ୍ରା। ଝାରସୁଗୁଡାରେ ଆଜି ୪୨.୬ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ବାରିପଦାରେ ତାପମାତ୍ରା ରହିଛି ୪୨.୨ ଡିଗ୍ରୀ ସେଲସିୟସ। ଟିଟିଲାଗଡରେ ୪୨.୦, ସମ୍ବଲପୁରରେ ୪୧.୫, ସୁନ୍ଦରଗଡରେ ୪୧.୫, ବୌଦ୍ଧରେ ୪୧.୦୫ ରହିଛି। ଅନ୍ୟପଟେ ଅନୁଗୁଳରେ ଆଜି ତାପମାତ୍ରା ରହିଛି ୪୧.୩ ଡିଗ୍ରୀ। ସେହିପରି ଭବାନୀପାଟଣାରେ ତାପମାତ୍ରା ୪୧.୦ ରହିଛି। ଆସନ୍ତା ତିନି ଦିନ ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
କଲବଲ କରୁଛି ଖରା: ଆହୁରି ୩ ଦିନ ଗ୍ରୀଷ୍ମପ୍ରବାହ
- Post published:April 13, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ଅନୁଗୁଳରେ ଟ୍ରକ ମାଲିକଙ୍କୁ ଅଣଦେଖା ପ୍ରସଙ୍ଗ, ବବିଙ୍କୁ ଭେଟିଲେ ଟ୍ରକ ମାଲିକ ସଂଘ
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ ୨୦୨୩-୨୪” ଆୟୋଜିତ, ଅନ୍ତର୍ନିହିତ କଳା ଓ ପ୍ରତିଭାର ପ୍ରଦର୍ଶନ କଲେ ୨୦୦ରୁ ଊର୍ଦ୍ଧ୍ଵ ଶିଶୁ









