ହଜିଗଲା ମାନବିକତା ! କମେଣ୍ଟ ମାରିବାରୁ ଯୁବକଙ୍କୁ ମାଡ଼ ମାରିବା ସହ ବାନ୍ଧି ଲଣ୍ଡା କଲେ ଗାଁ ଲୋକ

You are currently viewing ହଜିଗଲା ମାନବିକତା ! କମେଣ୍ଟ ମାରିବାରୁ ଯୁବକଙ୍କୁ ମାଡ଼ ମାରିବା ସହ ବାନ୍ଧି ଲଣ୍ଡା କଲେ ଗାଁ ଲୋକ

ତାଳଚେର: ପୁଣି ହଜିଗଲା ମାନବିକତା। ସାମାନ୍ୟ ଭୁଲ ପାଇଁ ତାଳଚେରରେ ଜଣେ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କରିଛନ୍ତି ଗାଁ ଲୋକ। ତାଳଚେର ବାଲୁଙ୍ଗା ଗାଁରେ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ବାଳୁଙ୍ଗା ଗାଁର ଯୁବତୀମାନେ କଲେଜକୁ ଯାଉଥିବା ବେଳେ ସ୍ଥାନୀୟ ୩ ଜଣ ଯୁବକ ସେମାନଙ୍କୁ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଯୁବତୀମାନେ ଏହି କଥା ଗାଁରେ କହିବା ପରେ ଗାଁ ଲୋକ ଏକାଠି ହୋଇ ଆଜି ଛକି ରହିଥିଲେ। ସେହି ଯୁବକ ଆଜି ପୁଣି ଯୁବତୀଙ୍କୁ କମେଣ୍ଟ ମାରିବା ବେଳେ ଗାଁ ଲୋକ ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁଇ ଜଣ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଜଣଙ୍କୁ କାବୁ କରିନେଇଥିଲେ ଗ୍ରାମବାସୀ। ଯୁବକଙ୍କୁ ଧରିବା ପରେ ଉତ୍ତମ ମଧ୍ୟମ ଦେବା ସହ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିଲେ। ମାନବିକତା ଭୁଲି ଯାଇ ଆଇନକୁ ହାତକୁ ନେଇ ଗାଁ ଲୋକେ ଯୁବକଙ୍କୁ ଦଣ୍ଡିତ କରିଛନ୍ତି।
ଖବର ପାଇ ତାଳଚେର ପୋଲିସ ଗାଁରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛନ୍ତି। ଏଥିସହ ଅନ୍ୟ ଦୁଇ ଯୁବକଙ୍କୁ ଥାନାରେ ଅଟକ ରଖିଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Share

Leave a Reply