ପରକୀୟା ପ୍ରୀତି ହେଲା କାଳ! ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ପ୍ରେମୀ ଯୁଗଳଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କଣିହାଁ ପୋଲିସ

You are currently viewing ପରକୀୟା ପ୍ରୀତି ହେଲା କାଳ! ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ପ୍ରେମୀ ଯୁଗଳଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କଣିହାଁ ପୋଲିସ

ଅନୁଗୁଳ: ପରକୀୟା ପ୍ରୀତି ପାଇଁ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିବା ସ୍ତ୍ରୀକୁ ବାନ୍ଧିଲା ପୋଲିସ। ଏଥିସହ ଅଭିଯୁକ୍ତ ପ୍ରେମିକକୁ ମଧ୍ୟ କଣିହାଁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଦ୍ବୟ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ପ୍ରଗତିନଗରର ମନୋଜ ନାଗ (୨୦) ଓ ମଙ୍ଗୁଳୁର ସ୍ତ୍ରୀ ବସୁମତି ପ୍ରଧାନ (୨୩)।

ସୂଚନା ମୁତାବକ, ଗତ ୨୪/୮/୨୦୨୩ ରିଖ ଦିନ ସକାଳେ ଜମାନିଆ ଡମ୍ପିଂ ୟାର୍ଡ୍ ତଳେ ଏକ ଅଚିହ୍ନା ଯୁବକର ଶବ ପୋଲିସ ଉଦ୍ଧାର କରିଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। କିନ୍ତୁ ରିପୋର୍ଟରୁ ଆସିବା ପରେ ତଦନ୍ତ କରି ଉକ୍ତ ଅଚିହ୍ନା ଶବ ପ୍ରଗତିନଗର ମଙ୍ଗୁଳୁ ବେହେରାର ବୋଲି ଜାଣିବାକୁ ପାଇଥିଲା। ଅଧିକ ତଦନ୍ତ କରିବା ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣି ହତ୍ୟା ମକଦ୍ଦମା ରୁଜୁ କରିଥିଲା। ତଦନ୍ତ ସମୟରେ ଜଣାପଡ଼ିଲା ଯେ ମଙ୍ଗୁଳୁର ସ୍ତ୍ରୀ ବସୁମତୀ ନିଜ ପ୍ରେମିକ ମନୋଜ ସହ ମିଶି ତାକୁ ହତ୍ୟା କରିଛି। ଏହି ମାମଲାରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply