ବିଦ୍ୟୁତ କାଟ୍ ଆକ୍ରୋଶ, କଣିହାଁ ସବଷ୍ଟେସନ ଘେରିଲେ ଚାରି ଗ୍ରାମବାସୀ

You are currently viewing ବିଦ୍ୟୁତ କାଟ୍ ଆକ୍ରୋଶ, କଣିହାଁ ସବଷ୍ଟେସନ ଘେରିଲେ ଚାରି ଗ୍ରାମବାସୀ

ଅନୁଗୁଳ: କଣିହାଁ ବ୍ଲକ ଅନ୍ତର୍ଗତ ବୁରୁବାହାଳ, ଚିନ୍ତାମଣୀପୁର, ବଣସିଂଗ ଓ କିଆଝର ଗ୍ରାମର ଲୋକମାନେ ମଙ୍ଗଳବାର କଣିହାଁ ବିଦ୍ୟୁତ ସବଷ୍ଟେସନ ଘେରି ପ୍ରତିବାଦ କରିଛନ୍ତି। ବାରମ୍ବାର ବିଦ୍ୟୁତ ବିଭ୍ରାଟ, ରାତିରେ ସରବରାହ ବନ୍ଦ ଓ ଦିନରେ ଅନିୟମିତ ବିଦ୍ୟୁତ କାଟ ନେଇ ସେମାନଙ୍କ ଅସନ୍ତୋଷ ବଢ଼ିଥିଲା। ଅଭିଯୋଗ ଅନୁସାରେ, ହାତୀ ଆସୁନଥିଲେ ମଧ୍ୟ ତାହାକୁ ବାହାନା କରି ବିଦ୍ୟୁତ କାଟ କରାଯାଉଛି। ବହୁଦିନ ଧରି ଅଭିଯୋଗ କରିବା ସତ୍ତ୍ୱେ ସମାଧାନ ନମିଳିବାରୁ ଗ୍ରାମବାସୀ ଲିଖିତ ଭାବେ କନିଷ୍ଠ ଯନ୍ତ୍ରୀ ଓ ତାଳଚେର ଏସଡିଓଙ୍କୁ ଜଣାଇଛନ୍ତି। ବିଭାଗ ତରଫରୁ ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଛି।

Share

Leave a Reply