ଚାଷୀଙ୍କୁ ନ ଦେଇ ବିଜେଡି କର୍ମୀଙ୍କୁ ବଣ୍ଟା ଯାଇଛି ପାଲ: ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂକିଳି ଗ୍ରାମବାସୀଙ୍କ ଧାରଣା

0

ତାଳଚେର : ଅଦିନିଆ ବର୍ଷା ଦାଉରୁ ଗଜାଧାନକୁ ରକ୍ଷା କରିବା ପାଇଁ ସରକାର ଚାଷୀଙ୍କୁ ପାଲ ଦେବାର ବ୍ୟବସ୍ଥା କରିଥିଲେ ମଧ୍ୟ ତାଳଚେରରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ତାଳଚେର ତହସିଲରେ ପାଲ ବଣ୍ଟନକୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଶୁକ୍ରବାର ତାଳଚେର ବ୍ଲକ କଂକିଳି ସମେତ ଅନ୍ୟାନ୍ୟ ଗ୍ରାମବାସୀ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

କଂକିଳି ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ କିଛିଦିନ ପୂର୍ବରୁ ବିଜେଡି ପଞ୍ଚାୟତ ସଭାପତି ୧୦୦ରୁ ଊର୍ଦ୍ଧ୍ବ ପାଲ ନେଇ ଦଳୀୟ କର୍ମୀଙ୍କୁ ବଣ୍ଟନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। କିନ୍ତୁ ଯୋଗ୍ୟ ଚାଷୀଙ୍କୁଙ୍କୁ ପାଲ ଦିଆଯାଇ ନ ଥିଲା। ପ୍ରକୃତ ଚାଷୀମାନେ ପାଲ ପାଇଁ ତହସିଲଦାରଙ୍କ ନିକଟରେ ଦୀର୍ଘ ଦିନ ହେବ ଦରଖାସ୍ତ କରିବା ସହ ଆରଆଇଙ୍କ ନିକଟକୁ ବି ପଠାଇ ଥିଲେ।

ଆରଆରଙ୍କ କହିବାନୁଯାୟୀ ସେମାନେ ଗୁରୁବାର ସକାଳୁ ସନ୍ଧ୍ୟା ଯାଏଁ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଲ ପାଇଁ ଅପେକ୍ଷା କରି ରହିଥିଲେ। କିନ୍ତୁ ସନ୍ଧ୍ୟାରେ ଆର ଆଇ ଏବଂ ଅତିରିକ୍ତ ତହସିଲଦାର ପାଲ ଦେବାକୁ ମନା କରିଦେଇଥିଲେ। ଏଣୁ ସକାଳେ ୫୦ରୁ ଊର୍ଦ୍ଧ୍ଵ ହିତାଧିକାରୀ ଆରଆଇ ଅଫିସକୁ ଆସିଥିଲେ। କିନ୍ତୁ ଅଫିସ ତାଲା ପଡ଼ିଥିବାରୁ ଦୀର୍ଘ ସମୟ ଅପେକ୍ଷା ପରେ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ତହସିଲଦାରଙ୍କୁ ଭେଟି ଆପତ୍ତି ଅଭିଯୋଗ କରିଥିଲେ।

ତହସିଲଦାର ତଦନ୍ତ କରି ଦେଖିବା ପରେ ଗ୍ରାମବାସୀମାନେ କଂକିଳି ଗ୍ରାମର ୧୦୦ ଜଣକୁ କେଉଁ ଆଧାରରେ ପାଳ ଦେଇଛନ୍ତି, ତାହା ପଚାରିଥିଲେ। ଚାଷୀଙ୍କ ପାଲ ଚାଷୀଙ୍କୁ ନ ଦେଇ ବିଜେଡି କର୍ମୀଙ୍କୁ କାହିଁକି ବାଣ୍ଟିଛନ୍ତି ବୋଲି ବିଜେପି ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ପ୍ରଶ୍ନ କରିଥିଲେ। ପରେ ଗ୍ରାମବାସୀମାନେ ତହସିଲଦାରଙ୍କର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

ଧାରଣାରେ କଂକିଳିର ଲିପୁନ କାଞ୍ଜି, ସୁଧାକର ତୁଙ୍ଗ, ସୁନୀଲ ବେହେରା, ଅଲି ସାହୁ, ପଙ୍କଜିନୀ ସାହୁ, ବନ୍ତଳ ଗ୍ରାମର ଚାନ୍ଦୁ ସାହୁ, ସୁମୀ ସାହୁ, ସବିତା ସାହୁ, ମମତା ସାହୁ, ଗୁଞ୍ଜରୀ ସାହୁଙ୍କ ସମେତ ବହୁ ହିତାଧିକାରୀ ବସିଥିଲେ।

Leave A Reply

Your email address will not be published.

error: Content is protected !!