ଜେଏସପି ପକ୍ଷରୁ ୨୫ ତମ କାର୍ଗିଲ ବିଜୟ ଦିବସ ପାଳିତ, ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

You are currently viewing ଜେଏସପି ପକ୍ଷରୁ ୨୫ ତମ କାର୍ଗିଲ ବିଜୟ ଦିବସ ପାଳିତ, ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଅନୁଗୁଳ: ଅନୁଗୁଳ ଜିନ୍ଦଲ ଷ୍ଟିଲ ଏବଂ ପାୱାର(ଜେଏସପି)ରେ ୨୫ ତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି। ଏ ଅବସରରେ କାର୍ଗିଲ ଯୁଦ୍ଧର ହିରୋମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲଙ୍କ ନେତୃତ୍ୱରେ ପତାକା ଉତ୍ତୋଳନ ସମାରୋହରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ କମ୍ପାନୀର ଅଧିକାରୀ ଏବଂ କର୍ମଚାରୀମାନେ କାର୍ଗିଲ ଯୁଦ୍ଧ ସମୟରେ ଅସାଧାରଣ ସାହସ ଏବଂ ଦେଶପ୍ରେମ ପ୍ରଦର୍ଶନ କରିଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏକ ବିଶେଷ ଉପସ୍ଥାପନାରେ କାର୍ଗିଲ ଯୁଦ୍ଧର ପ୍ରମୁଖ ଦିଗ ଏବଂ ସଶସ୍ତ୍ର ବାହିନୀର ବୀରତ୍ୱ ଆଲୋକପାତ କରାଯାଇଥିଲା।

ଏ ଅବସରରେ ଜେଏସପି ଅଧ୍ୟକ୍ଷ ତଥା କୁରୁକ୍ଷେତ୍ର ସାଂସଦ ନବୀନ ଜିନ୍ଦଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କହିଛନ୍ତି, “ମୁଁ ଅମର ସୈନିକମାନଙ୍କୁ ପ୍ରଣାମ କରୁଛି, ଯେଉଁମାନେ ମାତୃଭୂମିର ସୁରକ୍ଷା ପାଇଁ ବଳିଦାନ ଦେଇଛନ୍ତି। ଜାତୀୟ ଗର୍ବ ଏବଂ ସମ୍ମାନ ଭାବରେ କାର୍ଗିଲ ବିଜୟ ଦିବସ ସର୍ବଦା ଆମ ପାଇଁ ପ୍ରେରଣା ଉତ୍ସ ହୋଇ ରହିବ। ଆସନ୍ତୁ ସମସ୍ତେ ଜାତିର ସେବାରେ ଭାରତୀୟ ସେନା ଦ୍ୱାରା ସ୍ଥାପିତ ଉଚ୍ଚ ଆଦର୍ଶକୁ ଅନୁସରଣ କରିବା ଏବଂ ଆମ ଦେଶର ସୁରକ୍ଷା ଏବଂ ସମ୍ମାନ ପାଇଁ ଉତ୍ସର୍ଗୀକୃତ ହେବା।”

Share

Leave a Reply