ପଞ୍ଚୁକରେ ପୂଜା ପାଉଛନ୍ତି କାର୍ତ୍ତିକେଶ୍ୱର, ୧୫ଟି ମଣ୍ଡପରେ ଧୁମଧାମରେ ଚାଲିଛି ପ୍ରଭୁଙ୍କ ଆରାଧନା

You are currently viewing ପଞ୍ଚୁକରେ ପୂଜା ପାଉଛନ୍ତି କାର୍ତ୍ତିକେଶ୍ୱର, ୧୫ଟି ମଣ୍ଡପରେ ଧୁମଧାମରେ ଚାଲିଛି ପ୍ରଭୁଙ୍କ ଆରାଧନା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ପ୍ରସିଦ୍ଧ କାର୍ତ୍ତିକେଶ୍ଵର ପୂଜା ଆଜି ଠାରୁ ଆରମ୍ଭ ହୋଇଛି। ଦୀର୍ଘ ବର୍ଷ ହେଲା ଏଠାରେ କାର୍ତ୍ତିକଙ୍କ ପୂଜା ଅନୁଷ୍ଠିତ ହେଉଛି। କାର୍ତ୍ତିକ ମାସ ପଞ୍ଚୁକ ଅବସରରେ ଆୟୋଜିତ ଏହି ପୂଜା ପାଇଁ ସାରା ପଞ୍ଚାୟତ ଉତ୍ସବ ମୁଖରିତ ହୋଇପଡ଼ିଛି। ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ କେନ୍ଦ୍ରୀୟ ପୂଜା କମିଟି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି।

ଚଳିତ ବର୍ଷ ପ୍ରାୟ ୧୫ ଗୋଟି ମଣ୍ଡପରେ କାର୍ତ୍ତିକେୟ ପୂଜା ପାଇଛନ୍ତି। ଦେହୁରୀ ସାହି, ଜଗନ୍ନାଥ କ୍ଲବ, ରାଜଧାନୀ ନଗର, ତ୍ରିଦେବ କ୍ଲବ, ଝକସ କ୍ଲବ, ନୀଳଚକ୍ର କ୍ଲବ, ଓଭର୍ ଟେକ୍ କ୍ଲବ, ମା’ ହିଙ୍ଗୁଳା ପୂଜା କମିଟି, ରତ୍ନ ନଗର ସାହି ମଣ୍ଡପରେ କାର୍ତ୍ତିକେଶ୍ୱର ପୂଜା ପାଉଛନ୍ତି। ମଣ୍ଡପର ରଙ୍ଗୀନ ଲାଇଟ ଓ ସୁସଜ୍ଜିତ ମେଢ଼ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି। ଏହି ପୂଜା ନଭେମ୍ବର ୪ ରୁ ୮ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ। ୧୧ରେ ମେଳଣ ହେବ ବୋଲି ସରପଞ୍ଚ ସମରେନ୍ଦ୍ର ଦେହୁରୀ ସୂଚନା ଦେଇଛନ୍ତି। ଏ ଅବସରରେ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share

Leave a Reply