ଖମାର: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ଖେମଳା ଠାରେ ଆଭେଞ୍ଜର୍ସ କ୍ଲବ ଖେମଳା ଆନୁକୂଲ୍ୟରେ ଚାଲିଥିବା ରାଜ୍ଯସ୍ତରୀୟ ଖେମଳା ପ୍ରିମିୟର ଲିଗ୍ ଉଦଯାପିତ ହୋଇଛି। ୨୧ ତାରିଖ ଠାରୁ ଦୀର୍ଘ ୬ ଦିନ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ।
କମାଣ୍ଡୋ ଇଲେଭେନ ଭୁବନେଶ୍ୱର ଏବଂ ଲଭର୍ସ ସ୍ପୋଟିଙ୍ଗ ପୁରୀ ମଧ୍ଯରେ ଫାଇନାଲ୍ ମ୍ୟାଚନଅନୁଷ୍ଠିତ ହୋଇଥିଲା। ୧୮ ଓଭରରେ କମାଣ୍ଡୋ ଇଲେଭେନ ଭୁବନେଶ୍ୱର ୧୦ ଓ୍ବିକେଟରେ ୧୭୧ ରନ କରିଥିଲା। ଅନ୍ୟପଟେ ଲଭର୍ସ ସ୍ପୋର୍ଟିଂ ପୁରୀ ୧୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୬୪ ରନ କରି ରନର୍ସଅପ୍ ହୋଇ ଥିଲା।
ଗାଁ ସଭାପତି ଗୁରୁଚରଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ମୁଖ୍ଯ ଅତିଥି ଭାବେ ପାଳଲହଡା ବିଧାୟକ ମୁକେଶ କୁମାର ପାଳ ଯୋଗଦେଇ ଚାମ୍ପିଅନ୍ ଓ ରନର୍ସଅପ୍ ଦଳକୁ ଟ୍ରଫି ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପାଳଲହଡା ବ୍ଲକ ଅଧ୍ଯକ୍ଷା ରୀନାରାଣୀ ନାଏକ, ସରପଞ୍ଚ ଦେବରାଜ ପ୍ରଧାନ, ଆଭେଜଂର୍ସ କ୍ଲବ ସଂପାଦକ ଧରଣୀଧର ସାହୁ, କ୍ଲବର ସଭାପତି ହିମାଂଶୁ ଶେଖର ଗଡନାୟକ ଉପସ୍ଥିତ ଥିବା ବେଳେ ଆଭେଜଂର୍ସ କ୍ଲବର ସମସ୍ତ ସଦସ୍ଯ ସହଯୋଗ କରିଥିଲେ।