କେନାଲ୍‌ରୁ ତୃଷାର୍ତ୍ତ ସମ୍ବର ଉଦ୍ଧାର

You are currently viewing କେନାଲ୍‌ରୁ ତୃଷାର୍ତ୍ତ ସମ୍ବର ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନାଞ୍ଚଳ ମାଧପୁର ପଞ୍ଚାୟତର ସୋରିଷପଙ୍କ କେନାଲରୁ ଗୁରୁବାର ଏକ ସମ୍ବର ଉଦ୍ଧାର ହୋଇଛି। ନିକଟସ୍ଥ ଜଙ୍ଗଲରୁ ପାଣି ପିଇବାକୁ ଆସିଥିବା ବେଳେ ସମ୍ବରଟି କେନାଲକୁ ଖସି ପଡିଥିଲା। ସ୍ଥାନୀୟ ଲୋକ ଦେଖିବା ପରେ ବନ ବିଭାଗକୁ ସୂଚନା ଦେଇଥିଲେ । ବନ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ସମ୍ବରକୁ ଉଦ୍ଧାର କରି ଘଞ୍ଚ ଜଙ୍ଗଲରେ ଛାଡି ଦେଇଥିଲେ। ହେଲେ ସମ୍ବରଟି ପୁଣି କୁଦର୍ଗା ପଂଚାୟତ ବିଜାପୁରର ଖେସରପଡ଼ା ନାଳ ପାଖକୁ ଚାଲି ଆସିଥିଲା। ରେଞ୍ଜର୍ ସନ୍ତୋଷ କୁମାର ଭୋଇ, ଫରେଷ୍ଟର ବାବୁଲି ପ୍ରଧାନ, ଗାର୍ଡ ପି. ପ୍ରୀତିଶ ରଞ୍ଜନ ପ୍ରଧାନ ଓ ଜଗୁଆଳିଙ୍କୁ ନେଇ ବହୁ କଷ୍ଟରେ ସମ୍ବରକୁ ଉଦ୍ଧାର କରିଥିଲେ । ସମ୍ବରଟିର ଖୁରା କଟି ଯାଇଥିବା ବେଳେ ଖଣ୍ଡିଆ ଖାବରା ହୋଇଛି। ଏପରିକି ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଏକ ଫାର୍ମରେ ସମ୍ବରକୁ ରଖି ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା କରାଯାଉଛି, ସମ୍ବରଟି ସୁସ୍ଥ ହେବା ପରେ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply