ଖୋଲିଲା ମା’ହିଙ୍ଗୁଳାଙ୍କ ହୁଣ୍ଡି, ଭକ୍ତ ଦାନ କରିଛନ୍ତି ଦଶ ଲକ୍ଷ ଟଙ୍କା

You are currently viewing ଖୋଲିଲା ମା’ହିଙ୍ଗୁଳାଙ୍କ ହୁଣ୍ଡି, ଭକ୍ତ ଦାନ କରିଛନ୍ତି ଦଶ ଲକ୍ଷ ଟଙ୍କା

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡ଼ିକୁ ସୋମବାର ଖୋଲା ଯାଇଛି। ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ, ଅରୁଣ କୁମାର ପ୍ରଧାନଙ୍କ ସହ ଗୋପାଳପ୍ରସାଦ ଥାନାର ଏଏସ୍ଆଇ ନେପାଳ ପଟ୍ଟା ଓ କନିଷ୍ଠ ରାଜସ୍ୱ ସହାୟକ ଧୂଳେଶ୍ଵର ବେହେରାଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ଥିବା ସମସ୍ତ ହୁଣ୍ଡି ଖୋଲା ଯାଇଥିଲା। ଏଥିରୁ ମୋଟ୍ ଦଶ ଲକ୍ଷ ଚାରି ହଜାର ସାତ ଶହ ଦଶ ଟଙ୍କା (୧୦,୦୪,୭୧୦ଟଙ୍କା ମାତ୍ର) ସଂଗୃହୀତ ହୋଇଛି।

ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ବେହେରା, ବିନୟ କୁମାର ଦେହୁରୀ, ଗୁଣନିଧି ବିଶ୍ବାଳ, ପ୍ରଶାନ୍ତ କୁମାର ବେହେରା, ରଞ୍ଜିତ କୁମାର ବେହେରା, ଟିକନ ସାମଲ, ରଘୁରାଜ ବାରିହା, ବାଦଲ ଦେହୁରୀ ଓ ପିଲୁ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Share

Leave a Reply