ଆଠମଲ୍ଲିକ : ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଜବତ ମଦ ମଧ୍ୟରେ ୨୩୦ ଲିଟର ଦେଶୀ ରନ୍ଧାମଦ ଓ ୧୭ ଶହ କିଲୋ ମହୁଲପୋଚ ରହିଛି। ଏହି ମାମଲାରେ ସମ୍ପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।
ଅବକାରୀ ବିଭାଗ ଉପଆରକ୍ଷୀ ଧରଣୀଧର ପ୍ରହରାଜଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଠାକୁରଗଡ଼ ଥାନା ଧଣ୍ଡାତୋପାର ଅନାମ ବେହେରା (୬୦), ଶ୍ରୀଧର ବେହେରା (୨୫), ଅନଙ୍ଗ ବେହେରା (୨୮), ସାନହୁଲା ଗ୍ରାମର ସନ୍ତୋଷ କୁଦେଇ (୩୦), କିଶୋରନଗର ଥାନା ଧଡରପାଳ ଗ୍ରାମର ମୁକୁନ୍ଦ ଭୋଇ (୨୪), ଆଠମଲ୍ଲିକ ଥାନା ଦେଉଳବେଡା ଗ୍ରାମର ପରମାନନ୍ଦ ସାହୁ (୭୦) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ଉରେ ବଇଣ୍ଡା ଅବକାରୀ ବିଭାଗର ସହକାରୀ ଉପ ଆରକ୍ଷୀ ମାନସ ରଞ୍ଜନ ପ୍ରଧାନ ସହ ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ଷ୍ଟେସନର କର୍ମଚାରୀ ସହଯୋଗ କରିଥିଲେ।