ଛିଡା ହୋଇଥିବା ଟ୍ରକରୁ ବ୍ୟାଟେରି ଓ ୟୁପିଏସ୍ ଚୋରି

You are currently viewing ଛିଡା ହୋଇଥିବା ଟ୍ରକରୁ ବ୍ୟାଟେରି ଓ ୟୁପିଏସ୍ ଚୋରି

ଅନୁଗୋଳ: ସଦର ଥାନା ଅଧୀନ ୫୫ ନଂ ଜାତୀୟ ରାଜପଥ ନିକଟ ମୂଷାପାପୁଲି ଅଞ୍ଚଳରେ ଛିଡା ହୋଇଥିବା ଏକ ଟ୍ରକରୁ ଗୋଟିଏ ବ୍ୟାଟେରି ଓ ୪ଟି ୟୁପିଏସ୍ ଚୋରି ହୋଇଛି। ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।
ସୂଚନା ଅନୁସାରେ,କଟକ-ଟାଙ୍ଗୀ ଅଞ୍ଚଳରୁ ଟ୍ରକଟି ଛତିଶଗଡ଼କୁ ଯାଉଥିଲା। ଗତକାଲି ରାତିରେ ମୂଷାପାପୁଲି ନିକଟରେ ଗାଡି ରଖି ଡ୍ରାଇଭର ଶୋଇଥିବା ବେଳେ ଚୋରି ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share

Leave a Reply