କୁଳୁମାରେ ଗଣେଶ ଭସାଣି ମେଲଣ: ୩୦,୫୫୫ ଟଙ୍କାରେ ବିକ୍ରି ହେଲା ଆଜ୍ଞା ଲଡ଼ୁ

You are currently viewing କୁଳୁମାରେ ଗଣେଶ ଭସାଣି ମେଲଣ: ୩୦,୫୫୫ ଟଙ୍କାରେ ବିକ୍ରି ହେଲା ଆଜ୍ଞା ଲଡ଼ୁ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା କୁଳୁମା ଗ୍ରାମରେ ବେଶ୍ ଉତ୍ସାହ ଓ ଭକ୍ତିମୟ ପରିବେଶରେ ଗଜାନାନଙ୍କ ଭସାଣି ଶୋଭାଯାତ୍ରା ଓ ମେଲଣ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଏହି ମେଲଣ ଆୟୋଜିତ ହୋଇଥିଲା।
ସମାଜସେବୀ ଜଗମୋହନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଲଣ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଚିନ୍ତାମଣି ନାୟକ, ଭୂପେନ ପ୍ରଧାନ ଓ ବିଜୟାନନ୍ଦ ସ୍ବାଇଁ ଯୋଗଦେଇଥିଲେ।

ମେଲଣରେ ପ୍ରଭୁ ଗଣେଶଙ୍କ ଆଜ୍ଞା ଲଡୁ ନିଲାମର ମୁଖ୍ୟ ଆକର୍ଷଣ ଥିଲା। ୟଙ୍ଗ ଷ୍ଟାର ବୟେଜ୍ କ୍ଲବ୍ ସଭାପତି ଶ୍ରୀକାନ୍ତ କୁମାର ବେହେରା ୩୦,୫୫୫ ଟଙ୍କାରେ ଆଜ୍ଞା ଲଡୁ ନିଲାମ ନେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ନିଲାମଧାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଲଡୁ ପ୍ରଦାନ କରିଥିଲେ। ଶେଷରେ ଭାଗ ନେଇଥିବା ସମସ୍ତ ପୂଜା କମିଟି ଧାଡ଼ିରେ ମେଲଣ ପଡ଼ିଆରୁ ବାହାରି ସମଗ୍ର ଗ୍ରାମ ପରିକ୍ରମା କରିବା ପରେ ଗ୍ରାମଶେଷର ବାଟକୂଅ ପୋଖରୀରେ ମୂର୍ତ୍ତି ବିସର୍ଜନ କରିଥିଲେ।

Share

Leave a Reply