କଣିହାଁ ଅଞ୍ଚଳରେ ନାବାଳିକାକୁ ଅପହରଣ, ଥାନାରେ ମାମଲା

You are currently viewing କଣିହାଁ ଅଞ୍ଚଳରେ ନାବାଳିକାକୁ ଅପହରଣ, ଥାନାରେ ମାମଲା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଇଲାକାରୁ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ଅପହୃତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇ ପୋଲିସ ସୋମବାର ପୋକସୋ, ଅପହରଣ ଭଳି ସଙ୍ଗୀନ ଦଫା ଲଗାଇ ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଦୁଇ ଦିନ ତଳୁ ଏନଟିପିସି ଥାନା ଅଞ୍ଚଳରୁ ନାବାଳିକା ଜଣକ କଣିହାଁ ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ କାର ଯୋଗେ ଏନଟିପିସି ଥାନା ଅଞ୍ଚଳରୁ ତାଳଚେର ଥାନା ଅଞ୍ଚଳକୁ ଯାଇଥିଲେ। ନିକଟରେ ପୋଲିସ ପ୍ରଶାସନ ପକ୍ଷରୁ ରାସ୍ତା କଡ଼ରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ଆଧାର କରି ସ୍ଥାନୀୟ ପୋଲିସ ଏହି ଅପହରଣ ମାମଲାରେ ବ୍ୟବହାର ହୋଇଥିବା କାର ନମ୍ବରକୁ ଠାବ କରିଥିଲା। ଏହି କାର ନମ୍ବରକୁ ଆଧାର କରି ଗାଡ଼ି ମାଲିକଙ୍କ ନିକଟରେ ପୋଲିସ ପହଞ୍ଚିଥିଲା। ଗାଡ଼ି ମାଲିକଙ୍କ ପାଖରୁ ଚାଳକଙ୍କ ଫୋନ ନମ୍ବର ଆଣିବା ସହିତ ଅପହରଣରେ ବ୍ୟବହୃତ ହୋଇଥିବା କାରକୁ ଆଣି ତଦନ୍ତ ଚଳାଇଛି। ପୋଲିସ ଅପହୃତା ପାଖରେ ପହଞ୍ଚିବା ନେଇ ପ୍ରୟାସ ଚଳାଇଥିବା ଜଣାପଡିଛି।

Share

Leave a Reply