ଖଣ୍ଡହତା-ପିପଳବାହାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଧନୁଯାତ୍ରା: ବୃକ୍ଷରୋପଣ ଦିଗରେ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେଲେ ମହାରାଜ କଂସ

You are currently viewing ଖଣ୍ଡହତା-ପିପଳବାହାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଧନୁଯାତ୍ରା: ବୃକ୍ଷରୋପଣ ଦିଗରେ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେଲେ ମହାରାଜ କଂସ

 

ଅନୁଗୁଳ: ଗଜଲକ୍ଷ୍ମୀ ପୂଜା ଅବସରରେ କିଶୋରନଗର ବ୍ଲକ୍ ଖଣ୍ଡହତା – ପିପଳବାହାଳ ଲକ୍ଷ୍ମୀପୂଜା କମିଟି ତରଫରୁ ଆୟୋଜିତ ହୋଇଛି ଧନୁଯାତ୍ରା।କୃଷ୍ଣଙ୍କୁ ମାରିବା ପାଇଁ କଂସ ମହାରାଜଙ୍କ ଦ୍ୱାରା ପ୍ରେରିତ କାଳୀୟ ନାଗର କାଳନ୍ଦୀ ହ୍ରଦରେ ମୃତ୍ୟୁ ପରେ କଂସ ବିଚଳିତ ଓ ଭୟଭୀତ ହୋଇପଡ଼ିଛି।ଏଥର ସେ କୃଷ୍ଣଙ୍କୁ ମାରିବା ପାଇଁ ଇଷ୍ଟଦେବ ଶିବଙ୍କୁ କରିଛି କଠୋର ତପସ୍ୟା। ତା’ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ବର ପ୍ରଦାନ କରିଛନ୍ତି। କିଛି ଏମିତି ଥିଲା ଧନୁଯାତ୍ରାର ସପ୍ତାହ ଦିବସ।

ଆଜି କଂସ ଦରବାରରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଅନ୍ୟତମ ଅତିଥିଭାବେ ଛେଣ୍ଡିପଦା ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରା, କିଶୋରନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ ରେଞ୍ଜର ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ମଥୁରାଗଡ଼ରେ ଜଙ୍ଗଲ ହ୍ରାସ ପାଉଥିବାରୁ ମହାରାଜା କଂସ କ୍ଷୋଭ ପ୍ରକାଶ କରିବା ସହିତ ବୃକ୍ଷରୋପଣ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସମେତ ମଥୁରାଗଡ଼ବାସୀଙ୍କୁ ନିର୍ଦ୍ଦେଶ ଦେଇଥିବା ଦେଖିବାକୁ ମିଳିଛି।

ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି ମଞ୍ଚ ପରିଚାଳନା କରିଥିବା ବେଳେ ପୂଜା କମିଟିର ସମ୍ପାଦକ ସୁଧା ସାଗର ପ୍ରଧାନ ସଭାପତି ପ୍ରଦୀପ ପ୍ରଧାନ ଓ କୋଷାଧ୍ୟକ୍ଷ ଅଖିଳ କୁମାର ପ୍ରଧାନ ସହଯୋଗ କରିଥିଲେ।

Share

Leave a Reply