ଅନୁଗୁଳ:ରାଜ୍ୟ ସରକାରଙ୍କ ଏପିସି ପ୍ରକଳ୍ପରେ ଆଜି ଆଦିବାସୀ ବହୁଳ ବ୍ଲକରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ରୋଜଗାର ଦ୍ବିଗୁଣିତ କରିବାପାଇଁ ଯେଉଁ ବ୍ୟବସ୍ଥା ରହିଛି ମିଶନ ଶକ୍ତି ମାଧ୍ୟମରେ ତାର ଫାଇଦା ଉଠାଇଛନ୍ତି କିଶୋର ନଗର ମହିଳା ଚାଷୀ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଅଞ୍ଚଳରେ ଏହି ଚାଷୀ ମାନେ ବର୍ଷ ବର୍ଷ ଧରି କୋବି ଚାଷ କରୁଥିଲେ। ଉଦ୍ୟାନ କୃଷି ବିଭାଗର ଅଧିକାରୀମାନେ ସେ ଗାଁକୁ ଯାଇ ଏପିସି ପ୍ରକଳ୍ପର ଲାଭଜନକ ଦିଗ ବୁଝାଇବା ସହ କ୍ୟାପ୍ସିକମ୍ ଚାଷ ପାଇଁ ଆବଶ୍ୟକ ତାଲିମ ସହାୟତା ପ୍ରଦାନ କରିଥିଲେ। ସେ ଅଂଚଳର ମହିଳା ଚାଷୀମାନେ ଏବେ କ୍ୟାପ୍ସିକମ୍ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।ସେମାନେ କିଲୋ ପିଛା ୩୦ ଟଙ୍କାରୁ ୫୦ ଟଙ୍କା ଦରରେ ବିକୁଥିବା ବେଳେ ବଜାର ଦର ଏବେ ୮୦ ରୁ ୧୦୦ ଟଙ୍କା ରହିଛି। ଏଣୁ କିଶୋରନଗର ମହିଳା ଚାଷୀ ଏବେ କ୍ୟାପ୍ସିକମ୍ ଚାଷ କରି ବେଶ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।
କିଶୋରନଗର ମହିଳା କଲେ କ୍ୟାପ୍ସିକମ୍ ଚାଷ
- Post published:June 6, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
