କୁଚ ବିହାର ଟ୍ରଫି: ହାଇଦ୍ରାବାଦକୁ ହାଇଦ୍ରାବାଦରେ ହରାଇଲା ଓଡ଼ିଶା: ଅନୁଗୁଳ ଆୟୁଷଙ୍କୁ ୧୧ ୱିକେଟ

You are currently viewing କୁଚ ବିହାର ଟ୍ରଫି: ହାଇଦ୍ରାବାଦକୁ ହାଇଦ୍ରାବାଦରେ ହରାଇଲା ଓଡ଼ିଶା: ଅନୁଗୁଳ ଆୟୁଷଙ୍କୁ ୧୧ ୱିକେଟ

ଅନୁଗୁଳ: କର୍ଣ୍ଣେଲ କୁଚ ବିହାର ଟ୍ରଫି କ୍ରିକେଟ ରେ ହାଇଦ୍ରାବାଦକୁ ହାଇଦ୍ରାବାଦରେ ହରାଇ ଇତିହାସ କରିଛି ଓଡ଼ିଶା। ଓଡ଼ିଶା ପ୍ରଥମ ପାଳିରେ ୧୫୯ ଓ ଦ୍ଵିତୀୟ ପାଳିରେ ୨୬୮ ରନ କରିଥିବା ବେଳେ ହାଇଦ୍ରାବାଦ ପ୍ରଥମ ପାଳିରେ ୧୯୫ ଓ ଦ୍ଵିତୀୟ ପାଳିରେ ୧୬୯ ରନ କରି ୬୩ ରନରେ ପରାଜିତ ହୋଇଥିଲା।

ଓଡ଼ିଶା ପକ୍ଷରୁ ଅନୁଗୁଳର ଆୟୁଷ ବାରିକ ଚମତ୍କାର ବୋଲିଙ୍ଗ କରି ପ୍ରଥମ ଇନିଂସରେ ୮ ଟି ଓ ଦ୍ଵିତୀୟ ଇନିଂସରେ ୩ ଏହିଭଳି ମୋଟ ୧୧ଟି ୱିକେଟ ନେଇ ବିପକ୍ଷ ଟିମର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଆୟୁଷଙ୍କ ଏହି ସଫଳତା ପାଇଁ ଅନୁଗୁଳ କ୍ରିକେଟ ଆସୋସିଏସନର ଉପ ସଭାପତି ପ୍ରଭାତ କୁମାର ସିହ୍ନାଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି।

Share

Leave a Reply