ଚକାଡୋଳା କପ୍ : ଲୁଟୁ ୱାରିୟର୍ସ ଚାମ୍ପିୟନ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ାର ଏଭରଗ୍ରୀନକୁ ପରାସ୍ତ କରି ଅନୁଗୁଳର ଲୁଟୁ ୱାରିୟର୍ସ ପ୍ରଥମ ଚକାଡୋଳା କପ୍ ଚାମ୍ପିୟନ ହୋଇଛି। ସ୍ଥାନୀୟ ବିଜୁ ମଇଦାନରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ୩ ମ୍ୟାଚ୍ ବିଶିଷ୍ଟ ଫାଇନାଲ୍ରେ ଲୁଟୁ ପ୍ରଥମ ଦୁଇଟି ମ୍ୟାଚ୍ ଜିତି କପ୍ ହାତେଇ ନେଇଥିଲା। ଅନୁଗୁଳ ରୟାଲ ମାଷ୍ଟର୍ସ କ୍ଲବ୍ ତରଫରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଫ୍ଲଡ ଲାଇଟରେ ଖେଳାଯାଇଥିଲା। ରାଜ୍ୟର ବଛା ବଛା ୮ଟି ଦଳ ଭାଗ ନେଇଥିଲାବେଳେ ଏମଜିସିସିକୁ ପରାସ୍ତ କରି ଲୁଟୁ ଫାଇନାଲ୍କୁ ଯାଇଥିଲା। ସେହିପରି ଭୁବନେଶ୍ବରର ଇଭେଜ ଏକାଦଶକୁ ପରାସ୍ତ କରି ଜରପଡ଼ା ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା।

ଉଦଯାପନୀ ଦିବସରେ ଅତିଥି ଭାବେ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ତଥା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଅନୁଗୁଳ ପୌରପରିଷଦର ଉପାଧ୍ୟକ୍ଷ ଅନୁପମା ସାହୁ, ବିଜେପି ନେତା ଯଯାତୀ ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ଦୁଃଖବନ୍ଧୁ ସାହୁ, ଦିଲ୍ଲୀପ ଦାସ, ବିଭୂତି ସାହୁ, ତପନ ଦେବତା, ଜରଡ଼ା ସରପଞ୍ଚ ରତ୍ନାକର ଦାସ, ବିଶିଷ୍ଟ ବ୍ୟବସାୟୀ ନାରାୟଣ ସାହୁ, ପବନ ମାଣ୍ଡୋଠିଆ, ବରିଷ୍ଠ ଆଇନଜୀବୀ ପ୍ରଦୀପ ଦେବତା, ଶୁଭେନ୍ଦୁ ପ୍ରଧାନ ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଏହି ସମୟରେ ଅନୁଗୁଳ ରୟାଲ ମାଷ୍ଟର୍ସ କ୍ଲବର ସଭାପତି କମଳାକାନ୍ତ ସାହୁ, ଉପସଭାପତି ସୌମ୍ୟରଂଜନ ସାହୁ, ସଂପାଦକ ଆଦର୍ଶ ସାହୁ, ସହ ସଂପାଦକ ଚନ୍ଦନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଚାମ୍ପିଅନ ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ଓ ରନର୍ସ ଅପ ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଲୁଟୁର ରାଉତାଳ ରାଜୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଓ ଏଭରଗ୍ରୀନର ନିନିମେଶ ଜେନା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Leave A Reply

Your email address will not be published.

error: Content is protected !!