ଅନୁଗୁଳ: ଆଜି ଅପରାହ୍ନରେ ମା ବାସନ୍ତୀ।ଦୁର୍ଗା ପୂଜା କମିଟି ଅମଲା ପଡ଼ା ପକ୍ଷରୁ ବିଲ୍ଵବରଣ ଆୟୋଜିତ ହୋଇଥିଲା। ବେଲ ଗଛକୁ ନିତିକାନ୍ତି ସହ ପୂଜାର୍ଚ୍ଚନା ପରେ ଦେବୀଙ୍କ ପ୍ରତିମୂର୍ତ୍ତିରେ ଚକ୍ଷୁ ଦାନ କରାଯାଇଥିଲା। ଚକ୍ଷୁଦାନ ପରେ ଦେବୀଙ୍କ ମୁହଁର ଆଭରଣ ଖୋଲାଯାଇ ସର୍ବ ସାଧାରଣ ଦର୍ଶନ ନିମନ୍ତେ ଉନ୍ମୁକ୍ତ କରଯାଇଥିଲା। ଏହାପରେ ନାମ ସଙ୍କୀର୍ତ୍ତନ ସହ ଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଆସନ୍ତା କାଲି ମହା ସପ୍ତମୀ ପୂଜା ଅବସରରେ ସକାଳେ କଳସ ଶୋଭାଯାତ୍ରା,ଦେବୀଙ୍କ ପ୍ରାଣ ପ୍ରତିଷ୍ଠା,ଷୋଡଶ ଉପଚାରରେ ପୂଜା ଆଦି ଅନୁଷ୍ଠିତ ହେବ ।
ବିଲ୍ଵବରଣ ସହ ମା ବାସନ୍ତୀ ଦୁର୍ଗା ପୂଜା ଆରମ୍ଭ
- Post published:March 27, 2023
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Biswaranjan Pattnaik

Tags: Angul