ବିଭିନ୍ନ ସ୍ଥାନରେ ଚନ୍ଦନ ଯାତ୍ରା ପାଳିତ, ଚାପ ଖେଳିଲେ ମହାପ୍ରଭୁ

You are currently viewing ବିଭିନ୍ନ ସ୍ଥାନରେ ଚନ୍ଦନ ଯାତ୍ରା ପାଳିତ, ଚାପ ଖେଳିଲେ ମହାପ୍ରଭୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ବିଭିନ୍ନ ସ୍ଥାନରେ ଚନ୍ଦନ ଯାତ୍ରା ପାଳିତ ହୋଇଛି। କୁଲେଇ ପଞ୍ଚାୟତ କଟରପଡ଼ା ଗ୍ରାମରେ ଚନ୍ଦନ ଯାତ୍ରା ନିଆରା ଭାବେ ପାଳନ ହୋଇଛି। ଘଣ୍ଟ ଘଣ୍ଟା, ଲଉଡ଼ି ଖେଳ, ବିଭିନ୍ନ ସଜ୍ଜିତ ପଶୁପକ୍ଷୀଙ୍କ ନୃତ୍ୟ ଗୀତରେ ଗ୍ରାମରେ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା। ୩ ଦିନ ଧରି ଅପେରା ପରିବେଷଣ ହୋଇଥିଲା। ଦ୍ୱିତୀୟ ଦିନର ଯାତ୍ରା ଏକ ପାରିବାରିକ ସମାଜକୁ ନେଇ ଯାତ୍ରା “ମାନୁ ନୂଆ ବୋଉ ସାନୁ ଦିଅର” ଦର୍ଶକଙ୍କ ମନ ମୋହିଥିଲା।

ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ କମିଟି ସଭାପତି ବନମାଳୀ ବେହେରା, ସମ୍ପାଦକ ଲୋଚନ ବାରିକ, ଅଜିତ ପ୍ରଧାନ, ବିଦ୍ୟାଧର ସାହୁ, ଅଭିମନ୍ୟୁ ବେହେରା, ଗିରିଶ ବେହେରା ସମେତ ସମସ୍ତ ଗ୍ରାମ୍ୟ କମିଟି ସହଯୋଗ କରିଥିଲେ। ସେହିପରି ତୁମୁଗୋଳା ଗ୍ରାମ ଓ ହରିହରପୁର ଗାଁରେ ଚନ୍ଦନ ଯାତ୍ରା ପାଳିତ ହୋଇଛି।

Share

Leave a Reply