ତାଳଚେରରେ କୁମାର ପୂର୍ଣ୍ଣିମା ଉତ୍ସବ ଉଲ୍ଲାସରେ ପାଳିତ

You are currently viewing ତାଳଚେରରେ କୁମାର ପୂର୍ଣ୍ଣିମା ଉତ୍ସବ ଉଲ୍ଲାସରେ ପାଳିତ

ଅନୁଗୁଳ: ଓଡ଼ିଶାର ପାରମ୍ପରିକ ପର୍ବ କୁମାର ପୂର୍ଣ୍ଣିମା ତାଳଚେର ଅଂଚଳରେ ସୋମବାର ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଆଶ୍ୱିନ ମାସର ପୂର୍ଣ୍ଣିମା ତିଥିରେ ପାଳନ ହେଉଥିବା ଏହି ପର୍ବରେ କୁଆଁରୀ ଝିଅମାନେ ନୂଆ ପୋଷାକ ପରିଧାନ କରି, ବୃନ୍ଧାବତୀଙ୍କ ଚଉରା ମୂଳରେ ରଙ୍ଗବେରଙ୍ଗର ପତାକା ଓ ଝୋଟିଚିତା ସହ ପୂଜା କରିଥିଲେ। ଏକତ୍ରିତ ହୋଇ ସେମାନେ “କୁଆଁର ପୁନେଇ ଜହ୍ନ ଗୋ, ଫୁଲ ବଉଳ ବେଣୀ” ଗୀତ ଗାଇ ଆନନ୍ଦରେ ମଗ୍ନ ହୋଇଥିଲେ। ବିଶ୍ୱାସ ଅନୁସାରେ,ଏହି ପୂଜା କରି କୁଆଁରୀ ଝିଅମାନେ ମନମୁତାବକ ଜୀବନସାଥୀ ପାଇଥାନ୍ତି। ଶ୍ରଦ୍ଧା ଓ ଉତ୍ସାହର ସହ ଏହି ଉତ୍ସବ ପାଳନ ତାଳଚେରର ବିଭିନ୍ନ ସାହିରେ ଦେଖିବାକୁ ମିଳିଛି।

Share

Leave a Reply