ନବମ ଅଲ ଓଡ଼ିଶା କୁଣ୍ଡେଶ୍ଵର ଫୁଟବଲ୍ କପ୍ ୨୦୨୩ର ପ୍ରଥମ ସେମି ଫାଇନାଲ, ଝାରସୁଗୁଡ଼ା ବିଜୟୀ

You are currently viewing ନବମ ଅଲ ଓଡ଼ିଶା କୁଣ୍ଡେଶ୍ଵର ଫୁଟବଲ୍ କପ୍ ୨୦୨୩ର ପ୍ରଥମ ସେମି ଫାଇନାଲ, ଝାରସୁଗୁଡ଼ା ବିଜୟୀ

ଅନୁଗୁଳ: ନବମ ଅଲ ଓଡ଼ିଶା କୁଣ୍ଡେଶ୍ଵର ଫୁଟବଲ୍ କପ୍ ୨୦୨୩ର ପ୍ରଥମ ସେମି ଫାଇନାଲ ସୋମବାର ଝାରସୁଗୁଡ଼ା ଓ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ଢେଙ୍କାନାଳକୁ ୨-୦ ଗୋଲରେ ପରାସ୍ତ କରିଥିଲା। ସିମିଲିଛୁଇଁ ଗ୍ରାମ ବିଜେପି ସଭାପତି ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ।

ଜାତୀୟସ୍ତରୀୟ ରେଫରି ପ୍ରଦୀପ ନାୟକ, ମନୋରଞ୍ଜନ ପଟ୍ଟନାୟକ ଓ ଆଲୋକ ଦେହୁରୀ ଖେଳ ପରିଚାଳନା କରିଥିଲେ। ଅରୁଣଦୟ କ୍ଲବ୍ ସମ୍ପାଦକ ବୈଷ୍ଣବ ଚରଣ ଦାସ, ଆତ୍ମୀୟ ଦାସ, ଶିବାଜୀ ଦାସ, ବିଭୂତି ଭୂଷଣ ତ୍ରିପାଠୀ, ପିନାକୀ ଦାସ, ଟୁକୁନା ମହାଳିକ, ପିଣ୍ଟୁ ଦାସ, ନନ୍ଦନ ମହାଳିକ, ବଂଶୀ ଦାସ, ନିରୋଦ ଦାସ, ସିଲୁ ତ୍ରିପାଠୀ, ପିଲୁ ତ୍ରିପାଠୀଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply