ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ କୁରୁଡ଼ୋଲ ସରପଞ୍ଚ ଓ ଗ୍ରାମବାସୀ

You are currently viewing ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ କୁରୁଡ଼ୋଲ ସରପଞ୍ଚ ଓ ଗ୍ରାମବାସୀ

ଅନୁଗୁଳ: ଗମନାଗମନ, ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, କେବୁଲ ଟିଭି ସଂଯୋଗୀ କରଣ ଆଦି ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳ ଦ୍ଵାରସ୍ଥ ହେଲେ ଗ୍ରାମବାସୀ। ସ୍ଥାନୀୟ ବଅଁରପାଳ ବ୍ଲକ ଅନ୍ତର୍ଗତ କୁରୁଡ଼ୋଲ ପଞ୍ଚାୟତର କିଛି ଗ୍ରାମବାସୀ ଏବଂ ସରପଞ୍ଚ ଦିବାକର ମହାଳିକ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇ ଅଭିଯୋଗ ଶୁଣାଇଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କୁରୁଡ଼ୋଲ ପଞ୍ଚାୟତ ଅଧୀନସ୍ଥ ନୂଆପଡ଼ା ଓ କରବେରେଣୀ ଗ୍ରାମ ଦେଇ ତାଳଚେର – ସମ୍ବଲପୁର ରେଳ ପଥର ୨ୟ ଲାଇନ ନିର୍ମାଣାଧୀନ ଅଛି। କିନ୍ତୁ ରେଳ ପଥ ନିର୍ମାଣକୁ ନେଇ ବହୁତ ସମସ୍ୟା ଉପୁଜିଛି। ସ୍ଥାନୀୟ ଅଞ୍ଚଳରେ ଯାତାୟାତ, ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ଆଦି ସମସ୍ୟା ସୃଷ୍ଟି ହୋଇଛି। ବାରମ୍ବାର ଅଭିଯୋଗ ପରେ ବି ସମାଧାନର ବାଟ ବାହାରି ନାହିଁ। ପରବର୍ତ୍ତୀ ସମୟରେ ଜୋର୍ ଜବରଦସ୍ତ ନିର୍ମାଣ କାର୍ଯ୍ୟ କରିବା ସହ ପୋଲିସ କେସରେ ଫସେଇଦେବାକୁ ଧମକ ଦିଆଯାଉଥିଲା। ଶେଷରେ ନିରାଶ ହୋଇ ପଞ୍ଚାୟତବାସୀ ଆଜି ଜିଲ୍ଲାପାଳଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି।

Share

Leave a Reply