ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ, ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

You are currently viewing ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ, ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋପୀନାଥପୁରରେ ଥିବା ସରଳିଆ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨ ଡକାୟତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।

ସୂଚନା ମୁତାବକ, ସୋମବାର ଅପରାହ୍ନରେ ପେଟ୍ରୋଲ ପମ୍ପର କ୍ୟାସିଅର ସନ୍ତୋଷ କୁମାର ସାହୁ ଓ ଅନ୍ୟ କର୍ମଚାରୀ ଅଶୋକ କୁମାର ସାହୁ ୧ ଲକ୍ଷ ୧୨ ହଜାର ୬୦ ଟଙ୍କା କୋଶଳା ଷ୍ଟେଟ ବ୍ୟାଙ୍କରେ ଜମା କରିବା ପାଇଁ ଏକ ମୋଟରସାଇକେଲ ଯୋଗେ ଯାଉଥିଲେ। କୋଶଳା ଜଙ୍ଗଲ ତାରିଣୀ ମନ୍ଦିର ନିକଟରେ କୋଶଳା ଆଡୁ ଏକ ୟୁନିକନ୍ ମୋଟରସାଇକେଲରେ ୨ଜଣ ହେଲମେଟ ପିନ୍ଧିଥିବା ଯୁବକ ହଠାତ ତାଙ୍କ ନିକଟକୁ ଆସି ଗାଡ଼ି ଚଳାଉଥିବା ଅଶୋକଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଦେବାରୁ ଉଭୟେ ତଳେ ପଡ଼ିଯାଇଥିଲେ। ଅନ୍ୟ ଜଣେ ଦୁର୍ବୃତ୍ତ ସନ୍ତୋଷଙ୍କୁ ଏକ ଖଣ୍ଡା ଦେଖାଇ ଟଙ୍କା ଥିବା ବ୍ୟାଗ ଛଡାଇ ନେଇ କୋଶଳା ଆଡକୁ ଚାଲି ଯାଇଥିଲେ। ଏ ନେଇ କ୍ୟାସିଅର ସନ୍ତୋଷ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାକୁ ନେଇ ତଦନ୍ତ କରିବା ସହିତ ଡକାୟତମାନେ ଯାଇଥିବା ରାସ୍ତାର ସିସିଟିଭି କ୍ୟାମେରା ଯାଞ୍ଚ କରୁଛନ୍ତି।

Share

Leave a Reply