ଜାତୀୟ ରାଜପଥରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍

You are currently viewing ଜାତୀୟ ରାଜପଥରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର କାଣ୍ଡସର ବିଦ୍ୟାଳୟ ସାମ୍ନାରୁ ଗୁରୁବାର ଅପରାହ୍ନରେ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଛି।

ସୂଚନା ମୁତାବକ, ବଅଁରପାଳ ବ୍ଲକ୍ ଅନ୍ତର୍ଗତ ତୁଳସୀପାଳ ଗାଁର କମଳିନି ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ସୂଚଳା ବିଶ୍ବାଳ ଓ ଅନ୍ୟ ସଦସ୍ୟାମାନେ ଅନୁଗୁଳ ଶିମିଳିପଡ଼ାଠାରେ ଥିବା ହୁଲୁରୁସିଂହା ଭୁବନ୍ଧକ ବ୍ୟାଙ୍କ ଶାଖାରୁ ସଂଘର ଦେଢ଼ ଲକ୍ଷ ଟଙ୍କା ଉଠାଇ ଘରକୁ ଏକ ଅଟୋରେ ଫେରୁଥିଲେ। ୫୫ ନଂ ଜାତୀୟ ରାଜପଥର ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ପ୍ରାଥମିକ ବିଦ୍ୟାଳୟଠାରେ ଥିବା ହମ୍ପସ୍ ନିକଟରେ ପଛରୁ ଏହି ଅଟୋକୁ ପିଛା କରୁଥିବା ଏକ ବାଇକରେ ୨ ଜଣ ଯୁବକ ସେଠାରେ ପହଞ୍ଚି ଅଟୋରେ ବସିଥିବା ମହିଳାଙ୍କ ହାତରୁ ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ। ସେଠାରୁ ସେମାନେ ଫେରାର ହୋଇଯାଇଥିଲେ। ଏ ନେଇ ସଂଘର ସଭାପତି ସୂଚଳା ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

Share

Leave a Reply