ଜମି ମାଲିକକୁ ଟଙ୍କା ନଦେଇ ଠକୁଥିବା ବେଳେ ଦଲାଲକୁ ଉଠାଇ ନେଲା ପୋଲିସ

You are currently viewing ଜମି ମାଲିକକୁ ଟଙ୍କା ନଦେଇ ଠକୁଥିବା ବେଳେ ଦଲାଲକୁ  ଉଠାଇ ନେଲା ପୋଲିସ

ଛେଣ୍ଡିପଦା : ସ୍ଥାନୀୟ ଛେଣ୍ଡିପଦା ଥାନା ପୋଲିସ ତହସିଲ କାର୍ଯ୍ୟାଳୟ ପରିସରରୁ ଜଣେ ଜମି ମାଲିକଙ୍କୁ ଠକୁଥିବା ଦଲାଲଙ୍କୁ ଉଠାଇ ନେଇ ତଦନ୍ତ ଚଳାଇଛି।

ସୂଚନା ମୁତାବକ, ବୁଧବାର ଗୋହିରାପଶୀ ଗ୍ରାମର ନୂଆଦେଇ ବେହେରା(୬୯) ବ୍ରାହ୍ମଣବିଲ୍ ମୌଜାରେ ଥିବା ତାଙ୍କର ୬ ଗୁଣ୍ଠ ୨ଡିସିମିଲ ଜମିକୁ ବିକ୍ରି କରିବା ପାଇଁ କବଲା କରିଥିଲେ। ବିକ୍ରି ପାଇଁ ଜଣେ ଦଲାଲଙ୍କୁ ସେ ୪ ଲକ୍ଷ ୨୦ ହଜାର ଟଙ୍କା ଦେବା ପାଇଁ କହିଥିଲେ। କବଲା ଲେଖା ସାରିବା ପରେ ଏହି ଟଙ୍କା ଦିଆଯିବ ବୋଲି ଦଲାଲ ଜଣକ ମହିଳାଙ୍କୁ କହିଥିଲା। କବଲା ଲେଖା ସାରିବା ପରେ ମହିଳାଙ୍କୁ ୨ଲକ୍ଷ ୨୦ ହଜାର ଟଙ୍କା ଦେଇ ଅବଶିଷ୍ଟ ପରେ ଦେବେ ବୋଲି କହିଥିଲେ। ମହିଳା ଜଣକ ଏହା ଶୁଣି ତହସିଲ କାର୍ଯ୍ୟାଳୟ ପରିସରରେ କନ୍ଦାକଟା କରିବାରୁ କିଛି ବରିଷ୍ଠ ନାଗରିକ ଘଟଣା ସମ୍ପର୍କରେ ଛେଣ୍ଡିପଦା ଥାନାକୁ ଜଣାଇ ଥିଲେ। ପୋଲିସ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଦଲାଲକୁ ଥାନାକୁ ଉଠାଇ ଆଣି ଅଟକ ରଖିଥିଲେ। ତେବେ ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବାରୁ ଏକ ମୁଚାଲିକାରେ ଛଡାଯାଇଛି। ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ଧୀରେନ କୁମାର ବେହେରା ସୂଚନା ଦେଇଛନ୍ତି।

Share

Leave a Reply