ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଥିବା ଜଣାପଡିଛି।
ସୂଚନା ଯେ, ଗତ ରବିବାର ରାତିରେ ମୁକେଶ ନାଏକ ଓ କଷ୍ଟୁ ବେହେରାଙ୍କ ପରିବାର ମଧ୍ୟରେ ଝଗଡ଼ା ସମୟରେ ମାରଣାସ୍ତ୍ର ବ୍ୟବହାର ହୋଇଥିଲା। ଏଥିରେ ମୁକେଶଙ୍କ ହାତ ଓ ମୁହଁରେ ଗୁରୁତର ଆଘାତ ଲାଗିଥିବା ବେଳେ କଷ୍ଟୁଙ୍କ ପୁଅ ମଧ୍ୟ ଆହତ ହୋଇଛନ୍ତି। ଛେଣ୍ଡିପଦା ଥାନାରେ ଦୁଇଟି ମାମଲା (କେସ ନଂ-୪୯୪/୨୫ ଓ ୪୯୫/୨୫) ରୁଜୁ ହୋଇଥିବା ବେଳେ ପୋଲିସ ଦୁଲ୍ଲଭ ବେହେରା, କଷ୍ଟୁ ବେହେରା, ମୁକେଶ ନାଏକ, ନେଙ୍କୁରୀ ନାଏକ, ବିରଞ୍ଚି ବେହେରା ଓ ମନୋଜ କୁମାର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।