ଏମସିଏଲ୍ ହିଙ୍ଗୁଳା କୋଇଲା ଖଣିରେ ବିଳମ୍ବିତ ରାତିରେ ଭୂସ୍ଖଳନ, କେହି ମୃତାହତ ହୋଇନଥିବା ସୂଚନା

You are currently viewing ଏମସିଏଲ୍ ହିଙ୍ଗୁଳା କୋଇଲା ଖଣିରେ ବିଳମ୍ବିତ ରାତିରେ ଭୂସ୍ଖଳନ, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏମସିଏଲ୍ ହିଙ୍ଗୁଳା କୋଇଲା ଖଣିରେ ସୋମବାର ବିଳମ୍ବିତ ରାତିରେ ଭୂସ୍ଖଳନ ହୋଇଛି। ମାଟି ଅତଡା ଖସି ଆଖ ପାଖ ରାସ୍ତାଘାଟ ବନ୍ଦ ହୋଇଯାଇଛି।

ସୂଚନା ମୁତାବକ, ହିଙ୍ଗୁଳା କୋଇଲା ଖଣିରୁ ମାଟି ଉତ୍ତୋଳନ କରୁଥିବା ଅଜନ୍ତା କମ୍ପାନୀର କ୍ୟାମ୍ପ ସମ୍ମୁଖରେ ରାତି ପ୍ରାୟ ୪.୩୦ ମିନିଟ ସମୟରେ ଭୂସ୍ଖଳନ ହେବାରୁ ପ୍ରାୟ ୧୦୦ ଫୁଟ ଲମ୍ବର ମାଟି ଅତଡା ମାରି ତଳକୁ ଖସି ପଡ଼ିଥିଲା। ଫଳରେ କ୍ୟାମ୍ପ ସମ୍ମୁଖରେ ଥିବା ରାସ୍ତାଟି ବନ୍ଦ ହୋଇଯିବା ସହ ରାସ୍ତା କଡ଼ରେ ଯାଇଥିବା ଇଲେକ୍ଟ୍ରି ପୋଲ ସମେତ ବିଭିନ୍ନ ସାମଗ୍ରୀ ମାଟି ତଳେ ପୋତି ହୋଇଯାଇଛି। ଏହି ଭୂସ୍ଖଳନରେ ଅଜନ୍ତା କମ୍ପାନୀର ଏକ ଷ୍ଟକୟାର୍ଡରେ ଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ପୋତି ହୋଇଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ହେବାର ସୂଚନା ମିଳି ନଥିବା ଜଣାଯାଇଛି।

ଅନ୍ୟପଟେ ଖଣି କର୍ତ୍ତୃପକ୍ଷଙ୍କର ପର୍ଯ୍ୟାପ୍ତ ସୁରକ୍ଷା ଅଭିଜ୍ଞତା ଅଭାବରୁ ଏଭଳି ବାରମ୍ବାର ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Share

Leave a Reply