ଅନୁଗୋଳରେ ନୂତନ ସ୍ବେଚ୍ଛାସେବୀ ସଂଗଠନ “ଆତ୍ମୀୟ”ର ଶୁଭାରମ୍ଭ

You are currently viewing ଅନୁଗୋଳରେ ନୂତନ ସ୍ବେଚ୍ଛାସେବୀ ସଂଗଠନ “ଆତ୍ମୀୟ”ର ଶୁଭାରମ୍ଭ

ଅନୁଗୋଳ: ପବିତ୍ର ଘୋଷଯାତ୍ରା ଅବସରରେ ଅନୁଗୋଳ ଜିଲ୍ଲାରେ ଏକ ନୂତନ ସ୍ବେଚ୍ଛାସେବୀ ସଂଗଠନ “ଆତ୍ମୀୟ”ର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ର ସମ୍ମୁଖରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂଗଠନର ଆବାହକ ପ୍ରତାପ ମହାପାତ୍ରଙ୍କ ନେତୃତ୍ୱରେ ଏହାର ଉଦଘାଟନ କରାଯାଇଛି।

କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରେରକ ବ୍ୟକ୍ତି ସୁଶାନ୍ତ ତ୍ରିପାଠୀ ଓ ପର୍ଶୁରାମ ଦାଶ ଯୋଗଦେଇ ସଂଗଠନର ଲକ୍ଷ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଆବାହକ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଏହି ସଂଗଠନ ମୁଖ୍ୟତଃ ଗ୍ରାମାଞ୍ଚଳରେ ଜନସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ସହ ଅସହାୟ, ଗରିବ ଓ ନିରାଶ୍ରୟ ରୋଗୀଙ୍କ ପାଇଁ ଜଣେ ଆତ୍ମୀୟ ବା ସାଥୀ ଭାବେ କାର୍ଯ୍ୟ କରିବ।

ଏହି କାର୍ଯ୍ୟକ୍ରମରେ ଶାନ୍ତନୁ ସ୍ବାଇଁ, ଜୟନ୍ତ କୁମାର କର, ଆଦ୍ୟାଶ୍ଳୋକ ମିଶ୍ର, ରୁକେଶ ରୋଷନ ଦାସ୍, ବିଶ୍ବଜିତ୍ ବିଶ୍ବାଳ ଏବଂ ସତ୍ୟସୁନ୍ଦର ଦାସଙ୍କ ସମେତ ଅନେକ ଶୁଭେଚ୍ଛୁ ସାମିଲ ହୋଇଥିଲେ।

Share

Leave a Reply