ଅନୁଗୋଳରେ ବେଆଇନ ମଦ କାରବାର ଉପରେ ପୋଲିସର ଚଢ଼ଉ: ୧୩ ଗିରଫ

You are currently viewing ଅନୁଗୋଳରେ ବେଆଇନ ମଦ କାରବାର ଉପରେ ପୋଲିସର ଚଢ଼ଉ: ୧୩ ଗିରଫ

ଅନୁଗୋଳ: ଜିଲ୍ଲାରେ ବେଆଇନ ମଦ କାରବାରକୁ ରୋକିବା ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ଏକ ବ୍ୟାପକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଅଭିଯାନ ଆରମ୍ଭ କରାଯାଇଛି। ଗତ ୧୦ ଦିନ ଧରି ଚାଲିଥିବା ଏହି ଅଭିଯାନରେ ପୋଲିସକୁ ବଡ଼ ସଫଳତା ମିଳିଛି।
ଅନୁଗୋଳ ପୋଲିସ ଏବଂ ସ୍ପେଶାଲ ସ୍କ୍ୱାଡର ମିଳିତ ଚଢ଼ଉରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫୦୦ ଲିଟରରୁ ଅଧିକ ବେଆଇନ ବିଦେଶୀ ମଦ ଜବତ କରାଯାଇଛି। ଏହି ମାମଲାରେ ସମ୍ପୃକ୍ତ ଥିବା ୧୩ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ସଫଳତା ପରେ ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜିଲ୍ଲାରେ କୌଣସି ପ୍ରକାରର ବେଆଇନ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ଏକ ସୁରକ୍ଷିତ ଏବଂ ଅପରାଧମୁକ୍ତ ସମାଜ ଗଠନ ପାଇଁ ପୋଲିସର ଏହି ଧାରାବାହିକ ଅଭିଯାନ ଜାରି ରହିବ। ଅଞ୍ଚଳବାସୀଙ୍କ ସହଯୋଗ କାମନା କରିବା ସହ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପୋଲିସ ପ୍ରତିବଦ୍ଧ ବୋଲି ସୂଚନା ଦେଇଛି। ପୋଲିସର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

Share

Leave a Reply