ଆଇନ ସଚେତନତା ଶିବିର: ଯୌନ ଅପରାଧରୁ ସୁରକ୍ଷା ଆଇନ୍ ଓ ଦଣ୍ଡ ବିଧାନ ବିଷୟରେ ବୁଝିଲେ ଛାତ୍ରଛାତ୍ରୀ

You are currently viewing ଆଇନ ସଚେତନତା ଶିବିର: ଯୌନ ଅପରାଧରୁ ସୁରକ୍ଷା ଆଇନ୍ ଓ ଦଣ୍ଡ ବିଧାନ ବିଷୟରେ ବୁଝିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କମଳାକାନ୍ତ ନାୟକ, ଅନୁଗୁଳ ଡି.ଏସ.ପି, ଯୋଗେଶ୍ବରୀ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ରଶ୍ମିତା ଭଞ୍ଜଦେଓ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫ୍ରଣ୍ଟ ଅଫିସ ରିଟେନର ମମତାରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏ ଅବସରରେ ଛାତ୍ରଛାତ୍ରୀଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ୍, ଆଇନ ଅନୁଯାୟୀ ଦୋଷୀକୁ ଦଣ୍ଡ ସରକାରଙ୍କ ତରଫରୁ ପୀଡ଼ିତଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଏଥିସହ ସାମାଜିକ ଓ ଆର୍ଥିକ ସ୍ତରରେ ପଛୁଆ ଥୁବା ବ୍ୟକ୍ତି କିପରି ମାଗଣାରେ ଆଇନସେବା ପାଇପାରିବେ ସେ ବିଷୟରେ କୁହାଯାଇଥିଲା।
ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କମଳାକାନ୍ତ ନାୟକ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ କୀର୍ତ୍ତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply