ଅନୁଗୁଳ: ଅନୁଗୁଳ ଜିଲ୍ଲା ବଁଅରପାଳସ୍ଥିତ ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ଜେଏମଏଫସି କୋର୍ଟର ତାଲୁକ ଆଇନ ସେବା କମିଟି ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୋର୍ଟର ମହିଳା ବିଚାରପତି ତଥା ତାଲୁକ ଆଇନ ସେବା କମିଟି ଚେୟାରପର୍ସନ ସାବିତ୍ରୀ ଦାସ, କମିଟିର ସ୍ଥାୟୀ ସଦସ୍ୟ ତଥା ବଁଅରପାଳ କୋର୍ଟର ବରିଷ୍ଠ ଓକିଲ ହେମନ୍ତ କୁମାର ସାହୁ, ଓକିଲ ଅଭୟ ବିଶୋଇ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ନିଷେଧ ଆଇନ, ନିଶା ମୁକ୍ତ ଭାରତ, ଓ ପରିବେଶ ସୁରକ୍ଷା ବାବଦରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା। ଶିବିରରେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

