ଠାକୁରଗଡ଼ରେ ମା’ଙ୍କ ଆଗମନ ପାଇଁ ପ୍ରସ୍ତୁତି: ମହାଲକ୍ଷ୍ମୀଙ୍କ ପୂଜା ପାଇଁ ଅନୁକୂଳ ହେଲା ମାଟି

0

ବଇଣ୍ଡା : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ହେବାକୁ ଥିବା ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଆଜି ମାଟି ଅନୁକୂଳ କରାଯାଇଛି। ମା’ଙ୍କ ମୂର୍ତ୍ତି ପାଇଁ ଠାକୁରଗଡ଼ ଗ୍ରାମ ନିକଟରେ ଥିବା ଶିବ ମନ୍ଦିର ନିକଟରୁ ମାଟି ସଂଗ୍ରହ କରାଯାଇଥିଲା। ସେଠାରେ ପ୍ରଥମେ ମାଟିକୁ ଯଥା ରୀତି ପୂଜକ କେଶବ ଶତପଥୀ ପୂଜା କରିବା ପରେ ମାଟି ସଂଗ୍ରହ କରିଥିଲେ। ପରେ ବାଜା ବାଣ ମାଧ୍ୟମରେ ଶୋଭାଯାତ୍ରାରେ ମୂର୍ତ୍ତି ତିଆରି ସ୍ଥାନକୁ ମାଟି ଅଣାଯାଇଥିଲା।

ଏ ଅବସରରେ ସନ୍ତୋଷ କୁମାର ବିଶ୍ଵାଳ, ଗଣେଶ୍ଵର ବାରିକ, ଭଗବାନ ସାହୁ, ବିଜୟ କୁମାର ସାହୁ, ବସନ୍ତ କୁମାର ସାହୁ, ମାନସ କୁମାର ପ୍ରଧାନ, ବିଦେଶୀ ବେହରା, ଅଶ୍ୱିନୀ କୁମାର ଖୁଣ୍ଟିଆଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!