୧୦ ଦିନ ପରେ ଆଜି ବିଦାୟ ନେଲେ ମା’ ଧନଦାତ୍ରୀ

You are currently viewing ୧୦ ଦିନ ପରେ ଆଜି ବିଦାୟ ନେଲେ ମା’ ଧନଦାତ୍ରୀ

ଛେଣ୍ଡିପଦା : ୧୦ ଦିନ ପରେ ଆଜି ବିଦାୟ ନେଉଛନ୍ତି ମା’ ଧନଦାତ୍ରୀ। ଏ ଅବସରରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମେଳଣ ପଡ଼ିଆରେ ଯୁବମଞ୍ଚ ପକ୍ଷରୁ ମା’ ଲକ୍ଷ୍ମୀଙ୍କ ଭସାଣି ପୂର୍ବରୁ ମେଳଣ ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ଛେଣ୍ଡିପଦା ଗାଁରେ ପୂଜା ପାଉଥିବା ୮ଟି ଲକ୍ଷ୍ମୀ ପୂଜା କମିଟି ବ୍ଲକଛକ, ମଝି ବଜାର, ଥାନା ଛକ, ଦୋଳ ମଣ୍ଡପ ସାହି, ପ୍ରଧାନସାହି, ବୁଢ଼ାସାହି, ହନୁମାନ ପଡା ଏବଂ ଶାନ୍ତି ବଜାରର ମେଢ଼ ଏକାଠି ହୋଇଥିଲେ। ପରେ ଯୁବ ମଞ୍ଚ ପକ୍ଷରୁ ମା’ ଲକ୍ଷ୍ମୀଙ୍କ ଆଜ୍ଞା ଲଡ଼ୁ ନିଲାମ ହେଇଥିଲା। ଆଜ୍ଞା ଲଡ଼ୁ ନିଲାମରେ ୧୦ ଜଣ ଭାଗ ନେଇଥିବା ବେଳେ ଛେଣ୍ଡିପଦା କୁମ୍ଭାର ସାହିର ଭରତ ବେହେରା ସର୍ବାଧିକ ୨୨ ହଜାର ୫୧ ଟଙ୍କାରେ ଆଜ୍ଞା ଲଡୁ ଗ୍ରହଣ କରିଥିଲେ। ପରେ ଆତସବାଜି ପ୍ରତିଯୋଗିତା ହେଇଥିଲା।

ଅତିଥି ଭାବେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ମହମିଲନ ମୁର୍ମୁ, ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ସରପଞ୍ଚ ସୁଦୀପ୍ତ ପ୍ରଧାନ, ପୂର୍ବତନ ସରପଞ୍ଚ ତ୍ରିନାଥ ବେହେରା, ଟି. କୋଡ଼ା ସାହିର ପୂର୍ବତନ ସରପଞ୍ଚ ଉପେନ୍ଦ୍ର ବେହେରା, ଗ୍ରାମ୍ୟ ସଭାପତି ଚନ୍ଦ୍ରମଣି ପ୍ରଧାନ, ସେଣ୍ଟ୍ରାଲ ପୂଜା କମିଟିର ସଭାପତି ଦଣ୍ଡଧର ଦେହୁରୀ, ସ୍ଥାନୀୟ ନେତା ଅଗସ୍ତି ବେହେରା ଉପସ୍ଥିତ ଥିଲେ। ମେଲଣ ସରିବା ପରେ ସମସ୍ତ ମେଢଗୁଡିକ ଗ୍ରାମ ପରିକ୍ରମା କରି ନରେନ୍ଦ୍ର ପୋଖରୀ ଠାରେ ବିସର୍ଜିତ ହୋଇଥିଲେ।ର୍ଜନ କରୁଥିଲେ।
ଚଳିତ ବର୍ଷ ଛେଣ୍ଡିପଦା ଯୁବ ମଞ୍ଚ ପକ୍ଷରୁ ତୃତୀୟ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଯୁବ ମଞ୍ଚ ସଭାପତି ଦୀପକ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଲଣ ଉତ୍ସବରେ ଯୁବାମଞ୍ଚ ସଂପାଦକ ହିମାଂଶୁ ଶେଖର ବେହେରା (ଜଗା) ଙ୍କ ସମେତ ଛେଣ୍ଡିପଦା ଯୁବ ମଞ୍ଚର ସମସ୍ତ କର୍ମକର୍ତ୍ତା ସହଯୋଗରେ ମେଲଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ଛେଣ୍ଡିପଦା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା।

Share

Leave a Reply