ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍‌ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ଦାବି ପତ୍ର

You are currently viewing ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍‌ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ଦାବି ପତ୍ର

ଅନୁଗୁଳ: ତାଳଚେର ଷ୍ଟେସନ୍ ଦେଇ ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍‌ ଚଳାଚଳ କରିବାକୁ ଦାବି କରି ଆଜି ପରିବେଶ ସୁରକ୍ଷା ସମିତି ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଷ୍ଟେସନ୍ ମ୍ୟାନେଜରଙ୍କ ଜରିଆରେ ଏହି ଦାବି ପତ୍ର ଦିଆଯାଇଛି। କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲାଣି ତାଳଚେର-ପୁରୀ ମେମୁ (ଭାୟା କଟକ) ଟ୍ରେନ୍‌ ସମେତ ଅନ୍ୟ ଯାତ୍ରୀବାହୀ ଟ୍ରେନ୍‌ ବନ୍ଦ ରହିଛି। ଏଗୁଡିକୁ ପୁଣି ଥରେ ପୂର୍ବଭଳି ଚାଲୁ କରିବାକୁ ଦାବି ହୋଇଛି।

ଦାବି ପତ୍ର ପ୍ରଦାନ ବେଳେ ତାଳଚେର ପରିବେଶ ସୁରକ୍ଷା ସମିତିର ଆବାହକ ପଦ୍ମଚରଣ ସାମଲଙ୍କ ସମେତ ରଣଜିତ୍ ମହାପାତ୍ର, ବିନୋଦ ଲାଲ୍, ସୁଶୀଲ ନାଏକ, ଅଭୟ ପାଣି, ପୂର୍ବତନ ସମିତି ସଭ୍ୟା ନିଲମ ଲାଲ୍, ଦୁଃଖବନ୍ଧୁ ଧର ପ୍ରମୁଖ ଉପସ୍ଥିତ ଥିଲେ। ଏହାର ଏକ ନକଲ ଖୋର୍ଦ୍ଧା ସ୍ଥିତ ଡିଭିଜନାଲ୍ ରେଲ୍‌ ମ୍ୟାନେଜର ଏବଂ ତାଳଚେର ଏରିଆ ରେଲ୍‌ ମ୍ୟାନେଜରଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

Share

Leave a Reply