ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ, ୭ ଗିରଫ

You are currently viewing ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ, ୭ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ଏବଂ ବଇଣ୍ଡା ଅବକାରୀ ବିଭାଗ ତରଫରୁ ଠାକୁରଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇ ପ୍ରଚୁର ପରିମାଣରେ ଦେଶୀ ମହୁଲି ମଦ ଓ ମହୁଲ ପୋଚ ଜବତ କରାଯାଇଛି।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଚୋରା ମଦ କାରବାର ଖବର ପାଇ ଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗ ତରଫରୁ ଠାକୁରଗଡ଼ ଥାନା ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ପାଇକ ସାହିର ବାଲି ସାହି ଗ୍ରାମର ଦିବାକର ପଧାନଙ୍କ ନିକଟରୁ ୩୫ ଲିଟର ଦେଶୀ ମହୁଲି ମଦ ଓ ୨୦୦ କେଜି ପୋଚ, ମମି ପଧାନଙ୍କ ଠାରୁ ୧୭ ଲିଟର, କଣ୍ଠ ପଧାନଙ୍କ ଠାରୁ ୨୦ ଲିଟର, ମଦନ ପଧାନଙ୍କ ଠାରୁ ୧୮ ଲିଟର, ଟାବଢୋଲ ଗ୍ରାମର ପ୍ରଭାତୀ ବେହେରାଙ୍କ ଠାରୁ ୭ ଲିଟର, ବାସନ୍ତୀ ପଧାନଙ୍କ ଠାରୁ ୨୨ ଲିଟର ଦେଶୀ ଓ ୫୦ କେଜି ପୋଚ, ସୁନିତା ପଧାନଙ୍କ ଠାରୁ ୨୨ ଲିଟର ଦେଶୀ ମହୁଲି ମଦ ଓ ମହୁଲ ପୋଚ ୫୦ କେଜି ନଷ୍ଟ କରାଯାଇଛି।

ଏଥିସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚଢ଼ଉ ବେଳେ ଆଠମଲ୍ଲିକ ଅବକାରୀ ଅଧିକାରୀ ଧରଣୀଧର ପ୍ରହରାଜ, ବଇଣ୍ଡା ଅବକାରୀ ଅଧିକାରିଣୀ ରଞ୍ଜିତା ହରିଚନ୍ଦନ, ଅନୁଗୁଳ ମୋବାଇଲ ସ୍କ୍ୱାର୍ଡ଼ ରମ୍ଭା ବାଗ ଏବଂ ଭରତ ବେହେରା ଉପସ୍ଥିତ ଥିଲେ।

Share

Leave a Reply