ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ଶନିବାର ଲୁଟ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଛେଣ୍ଡିପଦା କୋର୍ଟର ରାତ୍ର ଜଗୁଆଳି ସାପୋଇସାହି ଗାଁର ସୌମ୍ୟ ରଞ୍ଜନ ନାୟକ(୨୦) ଶୁକ୍ରବାର ରାତି ୮ଟାରେ ଗାଁରୁ କୋର୍ଟକୁ ଆସୁଥିଲେ। ଏହି ସମୟରେ ଗାଁର ଏକ ନିଛାଟିଆ ସ୍ଥାନରେ ଏକ ବାଇକ ରଖି ଠିଆ ହୋଇଥିବା ଜଣେ ଯୁବକ ତାଙ୍କୁ ଅଟକାଇ ଗାଳିଦେଇ ତୋ ପାଖରେ ଥିବା ଟଙ୍କା ମାଗିଥିଲା। ଟଙ୍କା ଦେବାକୁ ମନା କରିବାରୁ ଏକ ଭୁଜାଲି ବେକରେ ଲଗାଇ ପକେଟରୁ ୫ ହଜାର ଟଙ୍କା ଓ ମୋବାଇଲ ଫୋନ୍ ନେଇଗଲା। ଏହାପରେ ସୌମ୍ୟ ପାଟିକରିବାରୁ ପାଖରେ ଥିବା କିଛି ଲୋକ ଦୌଡ଼ିଆସି ଲୁଟେରାଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ଲୁଟେରା ଯୁବକଙ୍କ ଘର ଟେଣ୍ଟୋଲୋଇ ଗାଁରେ। ତାଙ୍କ ନାମ ବୁଦ୍ଧଦେବ ବାଘ(୨୦) ବୋଲି ପୁଲିସ ଆଗରେ ପ୍ରକାଶ କରିଥିଲା। ପୁଲିସ ଏକ ମାମଲା ରୁଜୁକରି ବାଇକ, ଭୁଜାଲୀ, ଟଙ୍କା ଓ ମୋବାଇଲ ଜବତ କରି ବୁଦ୍ଧଦେବଙ୍କୁ ଶନିବାର କୋର୍ଟ ଚାଲାଣ କରିଛି।
ଲୁଟ ଅଭିଯୋଗରେ ଯୁବକ ଗିରଫ
- Post published:May 21, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray
