ତାଳଚେରରେ ବାଇକ ଡିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟ

You are currently viewing ତାଳଚେରରେ ବାଇକ ଡିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅଧୀନ ଭରତପୁରରେ ଦିବାଲୋକରେ ଦୁଇ ଦୁର୍ବୃତ୍ତ ଏକ ବାଇକର ଡିକି ଭାଙ୍ଗି ୨ ଲକ୍ଷ ୫୦ ହଜାର ଟଙ୍କା ଲୁଟ କରି ଫେରାର ହୋଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି।

ଘଟଣା ଅନୁଯାୟୀ, ଗୋପାଳପ୍ରସାଦ ଗାଁର ବିଦ୍ୟାଧର ଦାସ (୪୬) ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ଭରତପୁର ୟୁକୋ ବ୍ୟାଙ୍କରୁ ଚେକ ମାଧ୍ୟମରେ ୨.୫ ଲକ୍ଷ ଟଙ୍କା ଉଠାଇ ନିଜ ମୋଟରସାଇକେଲର ଡିକିରେ ରଖି ଘରକୁ ଫେରୁଥିଲେ। ଭରତପୁର ଜିଏମ ଅଫିସ ସମ୍ମୁଖରେ ଗାଡ଼ି ରଖି ପରିବା କିଣୁଥିବା ସମୟରେ ଦୁଇ ଦୁର୍ବୃତ୍ତ ପଲସର ବାଇକରେ ଆସି ଡିକି ଭାଙ୍ଗି ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ। ଦାସ ଫେରି ଦେଖିବା ବେଳକୁ ଟଙ୍କା ଲୁଟ ହୋଇସାରିଥିଲା।

ଏହି ଘଟଣା ସ୍ଥାନୀୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଦାସ ଏଫସିଆଇ ବିକ୍ରମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share

Leave a Reply