ମନ୍ଦିରରୁ ଲୁଟ୍: ହୁଣ୍ଡି ଭାଙ୍ଗି ୪ ମାସର ଦାନ ନେଇଗଲେ ଦୁର୍ବୃତ୍ତ

You are currently viewing ମନ୍ଦିରରୁ ଲୁଟ୍: ହୁଣ୍ଡି ଭାଙ୍ଗି ୪ ମାସର ଦାନ ନେଇଗଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ନବମିଶ୍ର କଲୋନୀସ୍ଥିତ ମନ୍ଦିରରୁ ବୁଧବାର ରାତିରେ ଚୋରି ହୋଇଛି। ଗାୟତ୍ରୀ ମନ୍ଦିର, ମହାକାଳେଶ୍ୱର ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପଶି ଦୁର୍ବୃତ୍ତମାନେ ଦୁଇଟି ହୁଣ୍ଡି ସହିତ ପୂଜାସାମଗ୍ରୀ ଓ ବାସନକୁସନ ଲୁଟି ନେଇଛନ୍ତି। ଆଜି ସକାଳୁ କଲୋନିବାସୀ ପୂଜା କରିବାକୁ ଆସିବା ବେଳେ ମନ୍ଦିର ପଛପାଖ ରହିଥିବା ରେଳଧାରଣା କଡ଼ରେ ଭଙ୍ଗା ହୁଣ୍ଡି ପଡ଼ିଥିବା ଦେଖିଥିଲେ। ୪ମାସ ହେବ ହୁଣ୍ଡି ଖୋଲା ଯାଇନଥିବାରୁ ଦୁଇଟି ହୁଣ୍ଡିରେ ପ୍ରାୟ ୫୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଥାଇପାରେ ବୋଲି ମନ୍ଦିର କମିଟି ସୂଚନା ଦେଇଛି।

ମନ୍ଦିର କମିଟି ଓ କଲୋନୀବାସୀ ପକ୍ଷରୁ ତାଳଚେର ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ ଚୋରି ପରେ ମନ୍ଦିରକୁ ପୂଜା କରି ଯିବାକୁ ପୁଲିସ୍ ପକ୍ଷରୁ ବାରଣ କରାଯାଇଛି। ଏଣୁ ଆଜି ଠାକୁରଙ୍କ ଦୈନନ୍ଦିନ ନୀତି ବନ୍ଦ ରହିଛି।

Share

Leave a Reply