ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତରେ ହାଟ ବେପାରୀଙ୍କୁ ଖଇନି ଓ ଦିଆସିଲି ମାଗିବା ପରେ ଖଣ୍ଡା ଭୁଜାଲି ଦେଖାଇ ୩ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ବେପାରୀ ହେଲେ ନୂଆହତା ପଞ୍ଚାୟତ ବାଲି ସାହିର ସୁରେଇ ସେଠୀ ଓ ଡିହସାହିର ଅଖିଳ ମହାଳିକ।
ଅଭିଯୋଗକାରୀଙ୍କ ସୂଚନା ଅନୁସାରେ,ମଙ୍ଗଳବାର ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ସୁରେଇ ସେଠୀଙ୍କ ପାଖକୁ ତିନି ଜଣ ଦୁର୍ବୃତ୍ତ ଆସି ପ୍ରଥମେ ଦିଆସିଲି ମାଗିଥିଲେ। ତା’ ପରେ ଖଣ୍ଡା ଓ ଭୁଜାଲି ଲଗାଇ ଲଙ୍ଗଳା କରି ୨ ହଜାର ଟଙ୍କା ଲୁଟି ନେଇଥିଲେ।
ପରେ ପ୍ରାୟ ଅଧ କିଲୋମିଟର ଯାଇ ଅଖିଳ ମହାଳିକକୁ ଖଇନି ମାଗି ପେଟରେ ଭୁଜାଲି ଲଗାଇ ୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଉଭୟେ ବଅଁରପାଳ ଥାନାରେ ଅଭିଯୋଗ କରିଛନ୍ତି।