ଦିନ ଦ୍ୱିପ୍ରହରରେ ବ୍ୟବସାୟୀଙ୍କୁ ଲୁଟ! ବନ୍ଧୁକ ଦେଖାଇ ୬୮ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

You are currently viewing ଦିନ ଦ୍ୱିପ୍ରହରରେ ବ୍ୟବସାୟୀଙ୍କୁ ଲୁଟ! ବନ୍ଧୁକ ଦେଖାଇ ୬୮ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଖମାର ଥାନା ବରକଲାପାଲ ଗାଁ ମୁଣ୍ଡରୁ ଆଜି ବନ୍ଧୁକ ଦେଖାଇ ୬୮ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ସୂଚନା ଅନୁଯାୟୀ, ତାଳଚେର ଅଞ୍ଚଳର ବ୍ୟବସାୟୀ ରାକେଶ ଗୁପ୍ତା ନାମକ ତାଙ୍କ ମିନି ଟ୍ରକ୍ ଯୋଗେ ହାର୍ଡ ୱେୟାର୍ ଜିନିଷ ଟେଲକୋଇ, ପାଳଲହଡ଼ା, ଖମାର ଅଞ୍ଚଳକୁ ସପ୍ଲାଏ କରନ୍ତି। ତାଙ୍କ ଡ୍ରାଇଭର ତରୁଣ ପ୍ରଧାନ ଓ ମ୍ୟାନେଜର ସନ୍ତୋଷ ସାହୁ ଦୋକାନୀଙ୍କୁ ଜିନିଷ ଦେଇ ଟଙ୍କା ନେଇ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଥିଲେ ଓ ଖଣ୍ଡାରେ ଆକ୍ରମଣ କରି ଡରାଇଥିଲେ। ଏଥିସହ ତାଙ୍କ ଠାରୁ ୬୮ ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ ଖମାର ଥାନାରେ ଅଭିଯୋଗ ହେଲା ପରେ ପୋଲିସ ତଦନ୍ତ ଚଳାଇଛି।

Share

Leave a Reply