ଲୁଟ ଟ୍ରକ୍ ଡେରା କାଳୀ ମନ୍ଦିର ନିକଟରୁ ଉଦ୍ଧାର

You are currently viewing ଲୁଟ ଟ୍ରକ୍ ଡେରା କାଳୀ ମନ୍ଦିର ନିକଟରୁ ଉଦ୍ଧାର

ଅନୁଗୁଳ: ଗତ ଏକ ତାରିଖ ଦିନ କଲିଆରି ଥାନା ଅନ୍ତର୍ଗତ ବଲଣ୍ଡ। ଛକ ନିକଟରୁ ଲୁଟ୍ ହୋଇଥିବା ଏକ ଆଇଚର ଟ୍ରକ୍ ଗୁରୁବାର
ସକାଳେ ଡେରା କାଳୀ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଛି। ସୂଚନା ଯେ,ଗତ ଏକ ତାରିଖ ଦିନ ପାଉଁଶ ଇଟା ବୋଝେଇ ଟ୍ରକ୍ କୁଇଓ ରୁ ତାଳଚେର ଯାଉଥିବା ବେଳେ ଉପରୋକ୍ତ ସ୍ଥାନରେ ତିନିଜଣ ଦୁର୍ବୃତ୍ତ
ଟ୍ରକ୍ ଚାଳକ ଓ ହେଲପରକୁ ବାଡେଇ ଟ୍ରକ୍ କୁ ଲୁଟି ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଗୁରୁବାର ଡେରା ନିକଟରେ ଟ୍ରକ୍ ଟି ଥିବା ପୁଲିସକୁ ଖବର ମିଳିଥିଲା। ଗାଡିରୁ ତେଲ ସରିଯିବାରୁ ଲୁଟେରା ମାନେ ଗାଡ଼ି ଟିକୁ ଛାଡି ପଳାଇଥିଲେ ବୋଲି ସନ୍ଦେହ କରାଯାଉଛି। ତେବେ ଗାଡ଼ିରୁ ଇଟା ତକ ଚୋରି ହୋଇଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଥିଲା। ଏ ଘଟଣାରେ ପୁଲିସ ତଦନ୍ତ ଜାରି ରହିଛି ।

Share

Leave a Reply