ତାଳଚେର: ପୁଣି ତାଳଚେରରେ ଲୁଟେରାଙ୍କ ଆତଙ୍କ। ତାଳଚେର ତାଳବେଡା ନିକଟସ୍ଥ ବନମାଳୀପୁରର ଜଣଙ୍କ ଘରେ ପଶି ଦୁର୍ବୃତ୍ତମାନେ କଟୁରି ଓ ମାଉଜର ଦେଖାଇ ସୁନା ଅଳଙ୍କାର ଲୁଟ କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକ କାଠିଆ ସାହୁ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଲୁଟ୍ ପରେ ଲୁଟେରାମାନେ ନିଜ ମାରଣାସ୍ତ୍ର ଛାଡି ଫେରାର ହୋଇଯାଇଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି।
ଘରେ ପଶି କଟୁରି ଓ ମାଉଜରରେ ଆକ୍ରମଣ କରି ଲୁଟ, ମାଲିକ ଗୁରୁତର
- Post published:February 22, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
