ଅନୁଗୁଳ: କରୋନା କାଳରେ ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ଲୁଟପାଟ୍ ବୃଦ୍ଧି ପାଇବାରେ ଲାଗିଛି । କୋଲିୟରୀ ଥାନା ଇଲାକା ବାଘୁଆବୋଲ ଗାଁ’ର ତ୍ରିନାଥ ନାୟକଙ୍କ ଘରୁ ଗତ ଶନିବାର ରାତିରେ ଚୋରି ହୋଇଛି। ସପରିବାର ଶୋଇଥିବା ବେଳେ ଦୁର୍ବୃତ୍ତ ତାଙ୍କ ଘରେ କଳାକନା ବୁଲାଇଛନ୍ତି। ନଗଦ ଟଙ୍କା ଓ ବହୁ ସୁନା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି। ଏନେଇ କୋଲିୟରୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିଛି। ସୂଚନା ମୁତାବକ, ଗତ ଶନିବାର ରାତିରେ ତ୍ରିନାଥଙ୍କ ପରିବାର ଲୋକ ଘରେ ଶୋଇଥିଲେ । ତେବେ ରାତି ପ୍ରାୟ ୨ଟା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ । ଶୋଇଥିବା ତାଙ୍କ ପତ୍ନୀଙ୍କ ବେକରୁ ମଙ୍ଗଳସୂତ୍ର ଲକେଟ୍ ସହିତ କାନଫୁଲ ଓ ମୁଦି ଚୋରି କରିଥିଲେ । ପରେ ଘରେ ଥିବା ନଗଦ ୨୦ ହଜାର ଟଙ୍କା, ମୋବାଇଲ୍ ଓ ଏଟିଏମ୍ କାର୍ଡ ଧରି ପଳାଇଥିଲେ । ସକାଳେ ଚୋରି ହୋଇଥିବା ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି ।
କରୋନା କାଳରେ ମାତିଛନ୍ତି ଚୋର
- Post published:June 15, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
